ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ): ସଡ଼କ ସୁରକ୍ଷା ମାସ ର ଶେଷ ଦିନରେ ଦୁର୍ଘଟଣା ଘଟିଛି l ସ୍ଥାନୀୟ ହଳଦିଆ ପଦର ତ୍ରୁଟିପୂର୍ଣ ଓଭର ବ୍ରିଜ ୫ଟି ଜୀବନ ଚାଲିଯାଇଛି l ଘଟଣା ସମସ୍ତଙ୍କୁ ଗଭୀର ଦୁଃଖ ଦେଇଛି l ପୂର୍ବରୁ ପୁଲିସ ଏହି ଜାଗାଟିକୁ ବ୍ଲାକ ସ୍ପଟ ବୋଲି ଘୋଷଣା କରିଥିଲେ ସୁଧା ପ୍ରଶାସନ ବ୍ରିଜ ସଜାଡ଼ି ପାରିଲା ନାହିଁ l ଏଠାରେ ଦୁର୍ଘଟଣା ଲାଗି ରହିଛି l ସଡ଼କ ପରିବହନ ମନ୍ତ୍ରୀ ତ୍ରୁଟିପୁର୍ଣ ବ୍ରିଜ କୁ ତୁରନ୍ତ ସଜାଡ଼ନ୍ତୁ ବୋଲି ଗଞ୍ଜାମ ଓକିଲ ସଂଘ ସଭାପତି ମନୋଜ ପଟ୍ଟନାୟକ ଦାବି କରିଛନ୍ତି l ଅନ୍ୟପଟେ ପୂର୍ତ୍ତ ବିଭାଗ ୨ ଜାଣି ସୁଣି କାହିଁକି ତୁନି ତାନି ବସିଛି l ପ୍ରଶାସନକୁ କାହିଁକି ଅବଗତ କରାଇଲା ନାହିଁ ବୋଲି ପ୍ରଶ୍ନ ଉଠିଛି l ଗତ ୧୦ବର୍ଷ ହେଲା ଏହା ନିର୍ମାଣ ହୋଇଥିଲେ ମଧ୍ୟ ନିର୍ବାହୀ ଯନ୍ତ୍ରୀ କାହିଁକି ତୁନି ବସିଛନ୍ତି l ଏହାର ଭୁଲ ଯୋଗୁଁ ଗୋଟିଏ ଦିନରେ ୫ଟି ଜୀବନ ଚାଲିଗଲା l ପୂର୍ବର ଥିବା ନିର୍ବାହୀ ଯନ୍ତ୍ରୀ ଏଥି ନେଲ ଦାଇ ରହିବେ କି ବୋଲି ପ୍ରଶ୍ନ ଉଠିଛି l ୩ଟି ମୋଟର ସାଇକଲ ଉପରେ ଚଢ଼ିଗଲା ଟ୍ରକ୍ l ଘଟଣା ସ୍ଥଳରେ ୫ ଜଣଙ୍କ ପ୍ରାଣ ଚାଲିଗଲା l ପୋଲିସ ଟ୍ରକକୁ ଏପଟେ ମଧ୍ୟାହ୍ନ ସମୟରେ କାହିଁକି ଛାଡ଼ିଲା lସୂର୍ଯ୍ୟ ନାରାୟଣ ପଣ୍ଡା,ଜଗନ୍ ନାହାକ,ରାଜେଶ ନାହକ,ସତ୍ୟନଥ ବେଜ୍,ଶିବରାମ ଜେନାଙ୍କ ଘଟଣା ସ୍ଥଳରେ ମୃତ୍ୟ ଘଟିଛି l ଘଟଣା ସ୍ଥଳରେ ପୋଲିସ ଆଇଜି,ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଏବଂ ଅଧିକାରୀ ପ୍ରମୁଖ ପହଞ୍ଚି ଥିଲେ l ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଗୋଷାଣୀ ଗ୍ରାମ ପୋଲିସ ଜବତ କରିଛି l
