ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ): ଜଷ୍ଟିସ ଦୀକ୍ଷିତ କ୍ରିଷ୍ନା ଶ୍ରୀପଦ ଆଜି ବ୍ରହ୍ମପୁର ଜିଲ୍ଲା ଅଦାଲତ ପରିଦର୍ଶନରେ ଆସିଥିଲେ l ଦିନିକିଆ ଗସ୍ତରେ ଆସି ସେ ଫେରିଛନ୍ତି l ଗଞ୍ଜାମ ଓକିଲ ସଂଘ ସଭାପତି ମନୋଜ ପଟ୍ଟନାୟକ,ଉପସଭାପତି ଟି କେ ରେଡି ଓ ଅସିତ ସାବତ ଜଷ୍ଟିସ ଶ୍ରୀପଦଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l ଗଞ୍ଜାମ ଓକିଲ ସଂଘ ର ବରିଷ୍ଠ ଆଇନଜୀବୀ ମାନଙ୍କୁ ସାକ୍ଷାତ କରିଥିଲେ l ସେଠାରେ ସଂଘ ତରଫରୁ ବ୍ରହ୍ମପୁର ର ରେଶମ ପାଟ୍ଟ ଉପଢୌକନ ଓ ବେଲଗୁଣ୍ଠା ପିତଳ ମାଛ ପୂର୍ବକ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଛି l ନୂତନ ଓକିଲ ସଂଘ କକ୍ଷ ଓ ନୂତନ ଜିଲ୍ଲା ଅଦାଲତ କୋଠା ନିର୍ମାଣ ନେଲ ପତ୍ର ପ୍ରଦାନ କରାଯାଇଛି l ଜଷ୍ଟିସ ଦୀକ୍ଷିତ ଏହି ଅବସରରେ ଆଇନଜୀବୀଙ୍କ ସହ ଆଲୋଚନା କରିଥିଲେ l
