ଆଦିବାସୀ କଲେଜରେ ଅଧ୍ୟକ୍ଷ ଲକ୍ଷ୍ମଣ ପାଳଙ୍କୁ ଅବସରକାଳୀନ ସମ୍ବର୍ଧନା


ବାଲିଗୁଡା:୩୧/୦୧(ସୁକାନ୍ତ କୁମାର ତ୍ରିପାଠୀ)
ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମଣ ପାଳଙ୍କ ବିଦାୟକାଳୀନ ସମ୍ବର୍ଧନା କଲେଜର ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ପକ୍ଷରୁ ଏକ ଭାବଗମ୍ଭୀର ପରିବେଶରେ ପାଳିତ ହୋଇଯାଇଛି।ଏହି ଅବସରରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଦିବାକର ମଲ୍ଲିକଙ୍କୁ ମଧ୍ୟ ବିଦାୟ ସମ୍ବର୍ଧନା ପ୍ରଦାନ କରାଯାଇଥିଲା।

ଆଦିବାସୀ କଲେଜରେ ଅଧ୍ୟକ୍ଷ ଲକ୍ଷ୍ମଣ ପାଳଙ୍କୁ ଅବସରକାଳୀନ ସମ୍ବର୍ଧନାଆଦିବାସୀ କଲେଜରେ ଅଧ୍ୟକ୍ଷ ଲକ୍ଷ୍ମଣ ପାଳଙ୍କୁ ଅବସରକାଳୀନ ସମ୍ବର୍ଧନା


ଡ଼. ବିଭୂତିଭୂଷଣ ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାରେ କର୍ମଚାରୀ ସଂଘର ସଂପାଦକ ତେଜେଶ୍ୱର ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ଅଧ୍ୟାପକ ସରୋଜ କୁମାର ପାଠୀ, ଗଣନାଥ ସୋରେନ, ହିମାଂଶୁ ଚରଣ ସାହୁ, ଆଲିପମା ସାହୁ ଓ ବର୍ଷାରାଣୀ ସୁନ୍ଦରା ନିଜନିଜ ଅନୁଭୂତି ବ୍ୟକ୍ତ କରି ଅବସରଗ୍ରହୀଙ୍କ ସେବାକୁ ସ୍ମରଣ କରିଥିଲେ।ଶେଷରେ ଡ଼. ସୁଶାନ୍ତ କୁମାର ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ।

Smart Computer Ad
You might also like
error: Content is protected !!