ବ୍ରହ୍ମପୁର,(ବିଚିତ୍ର ସାହୁ):-
୭୭ତମ ସାଧାରଣତନ୍ତ୍ର ଦିବସ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ପରିସରର ଷ୍ଟାଡିୟମ୍ ଠାରେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡ୍ ର ଅଭିବାଦନ ଗ୍ରହଣ କରି ସମବେତ ଜନତାଙ୍କୁ ଉଦବୋଧନ ପ୍ରଦାନ କରିଥିଲେ l
ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ l ସ୍ଵାଧୀନତା ପରେ ସବୁଠାରୁ ବଡ଼ ଆହ୍ବାନ ଥିଲା ଦେଶରେ ଏକ ଗଣତାନ୍ତ୍ରିକ ପଦ୍ଧତିରେ ଶାସନ ପ୍ରତିଷ୍ଠା କରିବା l ଏଥିପାଇଁ ଦେଶର ପ୍ରତ୍ୟେକ ଅଞ୍ଚଳରୁ ନିର୍ବାଚିତ ହୋଇଥିବା ପ୍ରତିନିଧିମାନେ ଭୀମ ରାଓ ଆମ୍ବେଦକରଙ୍କ ନେତୃତ୍ୱରେ ବିଶ୍ଵର ସର୍ବବୃହତ ଲିଖିତ ସମ୍ବିଧାନ ଦେଶକୁ ଅର୍ପଣ କରିଥିଲେ l ଏହି ସମ୍ବିଧାନ ହେଉଛି ଆମ ଦେଶର ମୂଳପିଣ୍ଡ l ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ଏହା ନାଗରିକମାନଙ୍କୁ ସମାନ ଅଧିକାର ପ୍ରଦାନ କରିଛି l ସରକାରଙ୍କ ଷ୍ଟାର୍ଟ ଅପ୍ ଇଣ୍ଡିଆ ଭଳି ଯୋଜନା ଓ ଡିଜିଟାଲ ବିପ୍ଳବ ଯୋଗୁଁ ଯୁବ ଶକ୍ତିର କଳ୍ପନା ଓ ସରକାରୀ ସହଯୋଗ ଓଡ଼ିଶା ପାଇଁ ସୁଫଳ ଆଣିଦେବ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ l ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ତଥା ସମୃଦ୍ଧ ରାଜ୍ୟ ଭାବରେ ଗଢି ତୋଳିବା l ଏଥିପାଇଁ ରାଜ୍ୟବାସୀ ଏହି ପରିକଳ୍ପନା ର ଜଣେ ଜଣେ ହେବେ ବୋଲି କହିଥିଲେ l
ଏହି ସମାରୋହରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିର୍କେ , ପ୍ରମୁଖ ଉପସ୍ଥିତ ରହିଥିଲେ l ଉପଖଣ୍ଡ ସ୍ତରୀୟ ପ୍ୟାରେଡ୍ ରେ ସମୁଦାୟ ୩୨ଟି ପ୍ଲାଟୁନ୍ ଓ ୮ଟି ଦଳ ଶାରୀରିକ କ୍ରୀଡା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ l ପ୍ୟାରେଡ କମାଣ୍ଡର ଆର.ଆଇ.ଅଫ୍ ପୋଲିସ ଏମ୍ ଲକ୍ଷ୍ମୀ ରଞ୍ଜନ ପ୍ୟାରେଡ୍ ପରିଚାଳନା କରିଥିଲେ l ପ୍ୟାରେଡ୍ ପ୍ରତିଯୋଗିତାରେ ସିନିୟର୍ ଡିଭିଜନ ଏନ ସି ସି ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଆର୍ମି ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ସରସ୍ଵତୀ ଡିଗ୍ରୀ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗର, ଜୁନିୟର ଡିଭିଜନ ଏନ୍ ସି ସି ବାଳିକା ରେ ପ୍ରଥମ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆର୍ମି ଓ ଦ୍ୱିତୀୟ ନିୟୁ ଡି ପଉଲ୍ ସ୍କୁଲ ଆର୍ମି, ଜୁନିୟର ଡିଭିଜନ ବାଳକରେ ପ୍ରଥମ ଗୁରୁକୁଳ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲ ଓ ଦ୍ୱିତୀୟ ସେଣ୍ଟ ଜାଭିୟର୍ସ ସିନିଅର ସେକେଣ୍ଡାରୀ ହାଇ ସ୍କୁଲ ଆମ୍ବପୁଆ , ସ୍କାଉଟ ଓ ଗାଇଡ ରେ ପ୍ରଥମ ଦିଲ୍ଲୀ ପବ୍ଲିକ ସ୍କୁଲ ଓ ଦ୍ୱିତୀୟ କଳିଙ୍ଗ ବିଦ୍ୟା ମନ୍ଦିର,ସବ୍ ଜୁନିୟର ଡିଭିଜନ ସିଭିଲିୟାନ ରେ ପ୍ରଥମ କେ ସି ହାଇ ସ୍କୁଲ ଓ ଦ୍ୱିତୀୟ ଗୁରୁନାନକ ପବ୍ଲିକ ସ୍କୁଲ,ଜୁନିୟର ଡିଭିଜନ ସିଭିଲିୟନରେ ପ୍ରଥମ ଅମରେଶ୍ୱର ପବ୍ଲିକ ହାଇସ୍କୁଲ ଓ ଦ୍ୱିତୀୟ ସ୍ଥାନ ରେ ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଅରୋବିନ୍ଦ ନଗର ,ସିନିୟର୍ ଡିଭିଜନ ସିଭିଲିୟନ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଜ୍ଞାନ ବିକାଶ କଲେଜ ଓ ଦ୍ୱିତୀୟ ସ୍ଥାନ ଦିଲ୍ଲୀ ପବ୍ଲିକ ସିନିଅର ସେକେଣ୍ଡାରୀ ସ୍କୁଲ ଅଧିକାର କରିଛନ୍ତି l ସେହିପରି ଶାରୀରିକ କ୍ରୀଡା ପ୍ରତିଯୋଗିତା ରେ ଜୁନିୟର ଗ୍ରୁପରେ ପ୍ରଥମ ହେଇଛନ୍ତି ନିଉ ଡି ପଉଲ ସ୍କୁଲ ଓ ଦ୍ୱିତୀୟ ତକ୍ଷଶିଳା ରେସିଡେନସିଆଲ ସ୍କୁଲ , ସିନିୟର୍ ଗ୍ରୁପ ରେ ପ୍ରଥମ ଅମରେଶ୍ୱର ପବ୍ଲିକ ହାଇସ୍କୁଲ ଓ ସେଣ୍ଟ ଜାଭିୟର ହାଇସ୍କୁଲ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି l ଗଞ୍ଜାମ ଜିଲ୍ଲାର ସ୍ବାଧିନତା ସଂଗ୍ରାମୀ ମାନଙ୍କ ଫୋଟ ଚିତ୍ରରେ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ଏବଂ ଉପଜିଲ୍ଲାପାଳ ଶ୍ରୀ ଅବିନାଶ କୁମାର ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଶେଷରେ ଆମ୍ବପୁଆ ଦୃଷ୍ଟିହୀନ ବିଦ୍ୟାଳୟରେ ଉପସ୍ଥିତ ରହି ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ମୁଖ୍ୟ ଅତିଥି ବଣ୍ଟନ କରିଥିଲେ l
