କଣ୍ଟିଲୋରେ ସାଧାରଣ ତନ୍ତ୍ର ଦିବସ ପାଳିତ

ନୟାଗଡ଼(ପ୍ରଭାକର ଶିରୋମଣି):-

କଣ୍ଟିଲୋ l  ଦେଶର ୭୭ ତମ ସାଧାରଣ ତନ୍ତ୍ର ଦିବସ ସୋମବାର ମହା ଆଡମ୍ବର ରେ ପାଳିତ ହୋଇଯାଇଛି l ଏହି ଅବସରରେ କଣ୍ଟିଲୋ ସମେତ ବଡ ବାଣପୁର, ଘଣା ଶାଳିଆ, ସିଧାମୁଳା, ଅକୁରାବନ୍ଧ, ବେଣାଗାଡ଼ିଆ ଓ ପଥରଚକଡା ଆଦି ଅଞ୍ଚଳରେ ପ୍ରଭାତ ଫେରି, ଜାତୀୟ ପତାକା ଉତ୍ତୋଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କଣ୍ଟିଲୋ ନୀଳମାଧଵ ମହାବିଦ୍ୟାଳୟ, କୁଞ୍ଜବିହାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ନୀଳମାଧଵ ନୋଡାଲ ବିଦ୍ୟାପୀଠ, କଣ୍ଟିଲୋ ବାଳିକା ପ୍ରାଥମିକ ବିଦ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରାଧାନାଥ ବାଳିକା ପ୍ରାଥମିକ ବିଦ୍ୟାଳୟ ଓ ପାଣୁ ସାହୁ ପାଟଣା ନୋଡାଲ ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବଂ କଣ୍ଟିଲୋ ନାଗରିକ ମଞ୍ଚ ଓ ଅବସର ପ୍ରାପ୍ତ କର୍ମା ଚାରୀ ସଂଘ ସମେତ ସ୍ବେଛା ସେବୀ ସଂଗଠନ କ୍ଲବ,ଗ୍ରାମ ପଞ୍ଚାୟତ, ନୀଳମାଧଵ ଘରୋଇ ମୋଟର କର୍ମଚାରୀସଂଘ ସହିତ ଜଳ ସମ୍ପଦ ବିଭାଗ ଓ ଅନ୍ୟାନ୍ୟ ସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା l ଶିକ୍ଷାନୁଷ୍ଠାନ ମାନଙ୍କରେ ବିଭିନ୍ନ ପ୍ରତିଯୋଗିତା ଓ ସାସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିବା ପ୍ରକାଶ l
               …………………

Smart Computer Ad
You might also like
error: Content is protected !!