ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାଶ ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି

ବାଲିଗୁଡା, ୨୬/୦୧ (ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ତଥା ସ୍ଥାନୀୟ ବାସିନ୍ଦା ସ୍ବର୍ଗତ ଡାକ୍ତର ବୃନ୍ଦାବନ ଚନ୍ଦ୍ର ଦାଶଙ୍କ ପୁଅ ବରିଷ୍ଠ ଭେଷଜ ବିଶେଷଜ୍ଞ ପ୍ରଫେସର ଡା.ପୂର୍ଣ୍ଣଚନ୍ଦ୍ର ଦାଶ ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆର ଜାତୀୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଜାତୀୟ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ସମସ୍ତ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟଙ୍କ ସର୍ବ ସମ୍ମତି କ୍ରମେ ଡାକ୍ତର ଦାଶଙ୍କ ନାମ ଅନୁମୋଦନ ଲାଭ କରିଛି। ସେ ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ର ମେଡିସିନ୍ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଭାବେ ଅବସର ନେଇଥିବା ବେଳେ ଦୀର୍ଘ ୪୨ ବର୍ଷ ହେଲା ରୋଗୀଙ୍କ ସେବା ଓ ଡାକ୍ତରୀ ଶିକ୍ଷା ଦାନକାର୍ଯ୍ୟରେ ନିୟୋଜିତ ହୋଇ ଉଚ୍ଚ ପ୍ରଶଂସିତ ହେବା ସହ ହାଇଟେକ୍ ଅଧ୍ଯକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ୧୯୯୯ ମସିହାରୁ ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆରେ ବିଭିନ୍ନ ପଦବିରେ ସେ କାର୍ଯ୍ୟ କରି ଆସୁଛନ୍ତି । ବର୍ତ୍ତମାନ ସେ ପୂର୍ବାଞ୍ଚଳ ଶାଖାର ଅଧ୍ୟକ୍ଷ ଏବଂ ଓଡ଼ିଶା ରାଜ୍ୟ ଶାଖାର ଅଧ୍ଯକ୍ଷ ଦାୟିତ୍ବରେ ମଧ୍ଯ ରହିଛନ୍ତି। ପ୍ରଥମ ଓଡ଼ିଆ ବିଶେଷଜ୍ଞ ଭାବେ ଡାକ୍ତର ଦାଶ ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆର ଜାତୀୟ ସଭାପତି ଭାବେ ନିର୍ବାଚିତ ହୋଇ ଥିବାରୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟି ଥୂବା ବେଳେ ଏହି ଅଞ୍ଚଳ ପାଇଁ ଗୌରବ ଆଣି ଦେଇଥିବାରୁ ହାଇସ୍କୁଲ ପ୍ରଧାନ ଶିକ୍ଷକ ମନୋଜ କୁମାର ରଥଙ୍କ ସମେତ ବହୁ ବୁଦ୍ଧିଜୀବୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Smart Computer Ad
You might also like
error: Content is protected !!