ବ୍ରହ୍ମପୁର,(ବିଚିତ୍ର ସାହୁ):-
୧୬ତମ ଜାତୀୟ ମତଦାତା ଦିବସ ୨୦୨୬ ଅବସରରେ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି l ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ l ଏହି ପଦଯାତ୍ରା ଉପଜିଲ୍ଲାପାଳ କାର୍ଯ୍ୟାଳୟ ରୁ ଆରମ୍ଭ ହୋଇ କମାପଲ୍ଲୀ , କୋର୍ଟ ଦେଇ ପୁଣି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଶେଷ ହୋଇଥିଲା l ପଦଯାତ୍ରାରେ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ, ବୁଥ ସ୍ତରୀୟ ଅଧିକାରୀ ଅଂଶ ଗ୍ରହଣ କରିଥିଲେ l ଅଂଶ ଗ୍ରହଣକାରୀ ମାନେ ଗୋଟିଏ ଭୋଟ ଅତି ମୂଲ୍ୟବାନ, ଭୋଟ ଦେବା ହେଉଛି ଆମ ଅଧିକାର , ଭୋଟର ତାଲିକାରେ ନାମ ପଞ୍ଜିକରଣ କରନ୍ତୁ କହି ସ୍ଲୋଗାନ ଦେଇ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା କରାଇଥିଲେ l ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ସୁବ୍ରତ ରାମ ବିରାମ ଶତପଥି, ଆସିଷ୍ଟାଣ୍ଟ କମିଶନର ରୋନିତ୍ କୁମାର, ତହସିଲଦାର ରାକେଶ କୁମାର ପରିଡ଼ା, ଅତିରିକ୍ତ ତହସିଲଦାର ହୃଷିକେଶ ପଣ୍ଡା ଉପସ୍ଥିତ ରହିଥିଲେ l