ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗଣଦୌଡ଼ ପ୍ରତିଯୋଗିତା

ବାଲିଗୁଡା: ୨୫/୦୧ (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରବିବାର ଦୀନ ସକାଳ ୭ ଘଣ୍ଟା ସମୟରେ ଏକ ମିନି ମାରାଥନ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି l ଜାତୀୟ ଭୋଟର ଦିବସ ଅବସରରେ ପ୍ରଥମେ ସରକାରଙ୍କ ଦ୍ବାରା ପ୍ରଦତ୍ତ ଶପଥଗ୍ରହଣ କରିବା ପରେ ପରେ ପ୍ରତିଯୋଗୀତାରେ ଭାଗନେଇଥିବା ଛାତ୍ର, ଛାତ୍ରୀ ଓ କିଛି ଜନସାଧାରଣ ଙ୍କୁ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ ଓ ଏସଡିପିଓ ସୁଭମ୍ ଭୋସଲେ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀ କୃପାସିନ୍ଧୁ ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | ପ୍ରତିଯୋଗି ମାନଙ୍କୁ ସାହାର୍ଯ୍ୟ କରିଥିଲେ କିଛି

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗଣଦୌଡ଼ ପ୍ରତିଯୋଗିତାସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗଣଦୌଡ଼ ପ୍ରତିଯୋଗିତାସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗଣଦୌଡ଼ ପ୍ରତିଯୋଗିତା

ସରକାରୀ କର୍ମଚାରୀ l ଗଣଦୌଡ଼ ପ୍ରତିଯୋଗିତା ରେ ଭାଗ ନେଇଥିବା ପ୍ରତିଯୋଗୀ ଙ୍କୁ ଟି ସାର୍ଟ ପ୍ରଦାନ କରାଯାଇଥିଲା l ସମସ୍ତ ପ୍ରତିଯୋଗୀ ମାନେ ଆଦିବାସି ମହାବିଦ୍ୟାଳୟ ଠାରୁ ଆରମ୍ଭ କରି ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଯାଇ ପୁଣି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ପ୍ରତ୍ୟାବର୍ତନ କରିଥିଲେ l ଏଥିରେ ବାଲିଗୁଡ଼ା ଅଞ୍ଚଳର ଯୁବକ ଯୁବତୀ ସାମିଲ୍ ହୋଇଥିଲେ lଏହି ଅବସରରେ ସ୍ଥାନୀୟ ଇ ଲାଇବ୍ରେରୀ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବା ସହ ବସ୍ ଷ୍ଟାଣ୍ଡରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଏହାକୁ ଶୃଙ୍ଖଳା ର ସହିତ ବାଲିଗୁଡା ପୋଲିସ କର୍ମଚାରୀ ଓ ସରକାରୀ କର୍ମଚାରୀ ତଦାରଖ କରିଥିଲେ l

You might also like
error: Content is protected !!