ମିତ୍ର ସଙ୍ଗମ ଆସର କାର୍ଯ୍ୟକ୍ରମ

ବାଲିଗୁଡା, ୨୫/୦୧ (ସୁକାନ୍ତ କୁମାର ତ୍ରିପାଠୀ): ସ୍ଥାନୀୟ ଗାୟତ୍ରୀ ଶକ୍ତି ପୀଠରେ ବାଲିଗୁଡା ବରିଷ୍ଠ ନାଗରିକ ସଂଘର୍ ମିତ୍ର ସଙ୍ଗମ ଆସର କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଶ୍ରୀ କୃପାସିନ୍ଧୁ ବେହେରା ପିଏ ଆଇ. ଟି. ଡି. ଏ, ମୁଖ୍ୟ ବକ୍ତା ଶ୍ରୀମତୀ ମମିତା କୁମାରୀ ପ୍ରଧାନ, ଉପଖଣ୍ଡ ସମାଜ ସୁରକ୍ଷା ଅଧିକାରୀ ସମ୍ମାନିତ ଅତିଥି ଶ୍ରୀ ଶିବରଞ୍ଜନ ସିଂହ, ଆଇ. ଆଇ. ସି ବାଲିଗୁଡା ସଂଘର ସଭାପତି ଶ୍ରୀ ଚିନ୍ତାମଣି ମିଶ୍ର, ସଂପାଦକ ମନ୍ମଥ କୁମାର ରାଉଳ , ଆଲୋଚକ ଡ. ମଧୁସୂଦନ ମହାପାତ୍ର ମଞ୍ଚାସିନ ଥିଲେ ।

ମିତ୍ର ସଙ୍ଗମ ଆସର କାର୍ଯ୍ୟକ୍ରମ

ବରିଷ୍ଠ ନାଗରିମାନେ ସମାଜର ଗୋଟିଏ ଗୋଟିଏ ରତ୍ନ ସଦୃଶ ବୋଲି ବକ୍ତା ମାନେ ମତରଖି ଥିଲେ। ପ୍ରଥମ ପର୍ଯ୍ୟାୟରେ ବକେଟ ବଲ୍, ମିଉଜିକ ଚେୟାର , କୁଇଜ୍ ପ୍ରତିଯୋଗିତା କରାଯାଇଥିଲା ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା ସଂପାଦକ ମନ୍ମଥ କୁମାର ରାଉଳଙ୍କୁ ସମ୍ମାନିତ କରାଯାଇଥିଲା। ମଧ୍ୟାହ୍ନ ଭୋଜନ କରାଯାଇ ଆନନ୍ଦ ଉଲ୍ଲାସ ମଧ୍ୟରେ ମିତ୍ର ସଙ୍ଗମ ଆସର କାର୍ଯ୍ୟକ୍ରମ କରାଯାଇଥିଲା। ଶ୍ରୀ ପ୍ରହଲ୍ଲାଦ ପ୍ରସାଦ ଲେଙ୍କା ସଭା ପରିଚାଳନା କରିଥିଲେ ଏବଂ ଶ୍ରୀ ଲିଙ୍ଗରାଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Smart Computer Ad
You might also like
error: Content is protected !!