ମାଣ୍ଡିଆପଲ୍ଲୀ ସୁବାଷ ବୋଷ ସ୍ବେଛାସେବୀ ସଂଗଠନ ତରଫରୁ ନେତାଜୀ ଜୟନ୍ତୀ ପାଳିତ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ବ୍ରହ୍ମପୁର ସହର ଉପକଣ୍ଠ ମାଣ୍ଡିଆ ପଲ୍ଲୀ ଗ୍ରାମର ସୁବାସ ବୋଷ ସ୍ବେଛାସେବୀ ସଂଗଠନ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉତ୍ସବ ସଭାପତି ସେନାର ଅବସର ପ୍ରାପ୍ତ କ୍ୟାପଟେନ ଶ୍ରୀନିବାସ ମହାରଣାଙ୍କ ପୌରହିତ୍ୟରେ ଗ୍ରାମର ମଧ୍ୟ ଭାଗରେ ଆୟୋଜିତ ହୋଇଯାଇଛି l ଏଥିରେ ଆଇଜରର ବୈଜ୍ଞାନିକ ଜିତେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ରୂପେ ଏବଂ ସେନାର ଅବସର ପ୍ରାପ୍ତ କର୍ଣ୍ଣେଲ ରାମଚନ୍ଦ୍ର ଗୌଡ଼ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଉଭୟ ନେତାଜୀଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖି ଉତ୍ସହାହି ଯୁବକ ମାନଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ l ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ସେନାଧିକାରୀ ଡିଫେନ୍ସ କଲୋନୀର ସମ୍ପାଦକ ତ୍ରିନାଥ ପାଢ଼ୀ, ଆଇନଜୀଵି ସରୋଜ ପଟ୍ଟନାୟକ, ରଙ୍ଗେଈଲୁଣ୍ଡା ସରପଞ୍ଚ ଶରତ ମାହାଙ୍କୁଡ, ଗ୍ରାମ କମିଟି ପ୍ରମୁଖ ଗୋପାଳ କୃଷ୍ଣ ରାଉତ ବକ୍ତବ୍ୟ ରଖିଥିଲେ l ସମ୍ପାଦକ ଶିବପ୍ରସାଦ ରେଡ଼ି ସଂଗଠନର ବିବରଣୀ ପ୍ରଦାନ କରିଥିଲେ l ତାଙ୍କର ନିର୍ଦେଶନା ଓ ପ୍ରଯୋଜନାରେ ଏକ ହୃଦୟସ୍ପର୍ଶି ନାଟକ ‘ଗୁଡ଼ି’ କୁ ଡୁରା ନେସନାଲ ହାଇ ସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସଫଳତାର ସହ ପରିବେଷଣ କରାଯାଇଥିଲା l ଏତଦବ୍ୟତିତ ଗ୍ରାମର ଛାତ୍ରୀ ଛାତ୍ରୀଙ୍କ ଦ୍ୱାରା ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କର ମନମୋହିଥିଲା l ଗ୍ରାମ କମିଟର ଉପଦେଷ୍ଟା କେଶବ ରେଡ଼ିଙ୍କ ସମେତ ନନ୍ଦକୁମାର ରେଡ଼ି, କ୍ରିଷ୍ଣା ରେଡ଼ି,ପରମାନନ୍ଦ ରେଡ଼ି,ରାମେୟା ରେଡ଼ି, ପ୍ରଫୁଲ୍ଲ କୁମାର ରେଡ଼ି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଶେଷରେ ବିଭିନ୍ନ ବିଭାଗରେ କୃତୀ ଛାତ୍ରୀ ଛାତ୍ରୀଙ୍କୁ ଅତିଥି ମାନଙ୍କଦ୍ୱାରା ପୁରସ୍କାର ଓ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା l ଶିବପ୍ରସାଦ ରେଡ଼ି ଧନ୍ୟବାଦ ଅର୍ପଣ କରିଥିଲେ l

You might also like
error: Content is protected !!