ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଜଟଣୀ: ରାମଚନ୍ଦ୍ରପୁର ସ୍ଥିତ ମା” ଉତ୍ତରାୟଣୀ ପୀଠରୁ ଆରମ୍ଭ ହୋଇଥିବା ସାମାଜିକ ସଂଗଠନ “ମୋ ପରିବାର”ର ସଦାସର୍ବଦା ନିଆରା କାର୍ଯ୍ୟ କରି ଚାଲିଛି l
ନିଜର ନୀତି,ନିୟମ ଏବଂ ଆଦର୍ଶ ପାଇଁ ସବୁ ସ୍ଥାନରେ ସମ୍ବର୍ଦ୍ଧିତ ହେବା ସହିତ ପ୍ରସଂଶା ପାଉଛି l ଜଟଣୀ ବ୍ଲକ ବେଣାପଞ୍ଜରୀ ପଞ୍ଚାୟତର ରାଣୀପୁର ସ୍ଥିତ ବାପା ମା”ଙ୍କ ସେବାଶ୍ରମର ପଞ୍ଚମ ବାର୍ଷିକ ଉତ୍ସବ-୨୦୨୬ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇ”ମୋ ପରିବାର”କୁ ସେବା ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା l “ମୋ ପରିବାର”ର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମାଜରେ ସଂସ୍କାର ମାଧ୍ୟମରେ ପରିବର୍ତ୍ତନ ପାଇଁ ଏକ ନିଆରା ପ୍ରୟାସକୁ କିପରି ସଫଳତାରେ କାର୍ଯ୍ୟ କରିପାରିବେ ସେ ବିଷୟରେ ମଞ୍ଚରେ କହିଥିଲେ l ଏହି କାର୍ଯ୍ୟକ୍ରମରେ ଆଶ୍ରମର ପ୍ରତିଷ୍ଠାତା ଗୌତମ ମହାରଣା,ଆଶ୍ରମର ଅଧ୍ୟକ୍ଷା ଜ୍ୟୋତି ମହାରଣା ସଭାପତିତ୍ବ କରୁଥିବା ବେଳେ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ବିଶ୍ୱ ରଂଜନ ବଡ଼ଜେନା,ସାଂସଦ ପ୍ରତିନିଧି ସତୀଶ ଶର୍ମା,ଶିକ୍ଷାବିତ୍ ତିଲୋଚନ ମହାପାତ୍ର,ଆଇନଜୀବୀ ଅବନୀ କୁମାର ରାଉତରାୟ , ଆଇନଜୀବୀ ଜ୍ୟୋତ୍ରୀମୟୀ ପଣ୍ଡା,ବହୁ ସାମାଜିକ କର୍ମୀ ମାନେ ଯୋଗ ଦେଇଥିଲେ l ଉକ୍ତ ଉତ୍ସବରେ” ମୋ ପରିବାର”ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ,ସଦସ୍ୟା ମମତା ଦ୍ବିବେଦୀ,ଲିଲି ପଟ୍ଟନାୟକ, ଦୀପା ନାୟକ, ଭାରତୀ ସିଂ,ସ୍ୱପ୍ନା ରାଣୀ ମଙ୍ଗରାଜ, କିଷ୍ଣା ମିଶ୍ର, ପ୍ରୀୟାଙ୍କା ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା “ମୋ ପରିବାର”ର ପ୍ରତିଷ୍ଠାତା ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି l