ବାଲିଗୁଡା: ୨୧/୦୧ (ସୁକାନ୍ତ କୁମାର ତ୍ରିପାଠୀ)
କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ର ସମସ୍ତ ଙ୍କ ପ୍ରିୟ ପ୍ରମୋଦ କୁମାର ମାନସେଠ ଙ୍କ ଗତକାଲି ଦେହାନ୍ତ ହୋଇଯାଇଛି। ଅସୁସ୍ଥଥୂବା ହେତୁ ତାଙ୍କୁ ପ୍ରଥମେ ତୁମୁଡିବନ୍ଧ ମେଡିକାଲ ରେ ଭର୍ତ୍ତି କରିଥିଲେ ଏବଂ ପରେ ଗୁରୁତ୍ବର ହେବାରୁ ତାଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ ସ୍ଥାନନ୍ତର କରିଥିଲେ ତୁମୁଡିବନ୍ଧ ରୁ ବାଲିଗୁଡା ଚିକିତ୍ସାଳୟ କୁ ଯିବା ବାଟରେ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲା। ସେ ଜଣେ ରାଜନେତା, ସମାଜସେବୀ ଓ

ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କର ମୃତ୍ୟରେ କଂଗ୍ରେସ ଦଳର ଏକ ଅପୂରଣୀୟ କ୍ଷତି ହୋଇଛି। ତାଙ୍କ ର ମୃତ୍ୟୁ ଖବର ଶୁଣି ତୁମୁଡିବନ୍ଧ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି।ସନ୍ଧ୍ୟା ୭ଘଟିକା ସମୟରେ ମୃତ ଶରୀରକୁ ବାଲିଗୁଡା ରୁ ଆମ୍ବୁଲାନ୍ସ ଯୋଗେ ତୁମୁଡିବନ୍ଧ ନିଜ ବସଭାବନ କୁ ଏକ ବାଇକ ରାଲି କରି ବାଣ ଫୁଟାଇ ଶ୍ରଦ୍ଧାଞ୍ଜଳି ଦେଇ ନିଜ ଜନ୍ମସ୍ଥାନରେ ପହଞ୍ଚାଇଥିଲେ।