ଜଳିଗଲା ଭୁବନେଶ୍ୱର ୧ ନମ୍ବର ହାଟ, ୫୦ରୁ ଅଧିକ ଦୋକାନ ଜଳିପୋଡି ପାଉଁ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଜଳିଗଲା ଭୁବନେଶ୍ୱର ୧ ନମ୍ବର ହାଟ, ୫୦ରୁ ଅଧିକ ଦୋକାନ ଜଳିପୋଡି ପାଉଁରାଜଧାନୀରେ ସୋମବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି, ୟୁନିଟ୍-୧ ହାଟରେ ନିଆଁ ଲାଗି ୫୦ରୁ ଅଧିକ ଦୋକାନ ଘର ସମ୍ପୂର୍ଣ୍ଣ ଜଳି ଛାରଖାର ହୋଇଯାଇଛି। ଏହି ଘଟଣାରେ କୋଟିକୋଟି ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି, ନିଆଁ ଏତେ ପ୍ରଖର ଥିଲା ଯେ ୮ରୁ ଅଧିକ ଅଗ୍ନିଶମ ଗାଡ଼ି ଓ ଶତାଧିକ କର୍ମଚାରୀ ଦୀର୍ଘ ସମୟ ଧରି ନିଆଁକୁ ନିୟନ୍ତ୍ରଣ କରିବାରେ ଲାଗିଥିଲେ, ଯେତେ ପାଣିମାଡ଼ କରାଯାଉଥିଲା, ନିଆଁର ତୀବ୍ରତା କମିବାକୁ ନାମାନୁଥିଲା, ଶେଷରେ ରୋବଟ୍‌ର ସହାୟତାରେ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇଥିଲା, ଏହି ଅଗ୍ନିକାଣ୍ଡରେ କେତେକ ବଡ଼ ଗଛ ମଧ୍ୟ ଜଳିଯାଇଛି, ରାତି ପ୍ରାୟ ସାଢ଼େ ୧ଟା ସମୟରେ ୟୁନିଟ୍-୧ ମାର୍କେଟର କ୍ୟାପିଟାଲ ଥାନା ପାଚେରି ସାମ୍ନାରେ ଥିବା ଦୋକାନରୁ ନିଆଁ ଆରମ୍ଭ ହୋଇଥିଲା, ଚାହୁଁଚାହୁଁ ନିଆଁ ପାଖପାଖରେ ଥିବା ଅନ୍ୟ ଦୋକାନକୁ ବ୍ୟାପିଯାଇଥିଲା, ଦୋକାନ ଗୁଡ଼ିକରେ ଥିବା ଶୁଖିଲା ସାମଗ୍ରୀ, ପ୍ଲାଷ୍ଟିକ ଓ ଗ୍ୟାସ୍‌ ସିଲିଣ୍ଡର ଫାଟିବାରୁ ନିଆଁ ଅଧିକ ଭୟାବହ ରୂପ ନେଇଥିଲା, ଅଗ୍ନିଶମ ବାହିନୀକୁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ନିଆଁକୁ ନିୟନ୍ତ୍ରଣ କରିବାକୁ, ବିଳମ୍ବିତ ରାତି ୨ଟା ୩୬ ମିନିଟ୍‌ରେ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇଥିଲା, ସୁରକ୍ଷା ଦୃଷ୍ଟିକୋଣରୁ ହାଟ ନିକଟ ଅଞ୍ଚଳର ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରାଯାଇଥିଲା, ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ବିଦ୍ୟୁତ୍ ସର୍ଟ ସର୍କିଟ୍‌ କିମ୍ବା ଅନ୍ୟ କୌଣସି କାରଣରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି

You might also like
error: Content is protected !!