ସାଂସ୍କୃତିକ ପ୍ରତିଯୋଗିତା ୨୦୨୬
ନୟାଗଡ(ପ୍ରଭାକର ଶିରୋମଣି)
ନୟାଗଡ଼ ଜିଲ୍ଳା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମହାବିଦ୍ୟାଳୟ ରେ ଆନୁଷ୍ଠାନିକ ଭାବେ ସାଂସ୍କୃତିକ ପ୍ରତିଯୋଗିତା-୨୦୨୬ ମକଣ୍ଠ ଶିଳ୍ପୀ ଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ଃ ନନ୍ଦିତା ବାରିକ ଏହି କାଯ୍ୟକ୍ରମରେ ପୌରହିତ କରିଥିଲା ବେଳେ ମୂଖ୍ୟ ଅତିଥି ଭାବେ ବିଶିଷ୍ଠ କଣ୍ଠ ଶିଳ୍ପୀ ଜଗଦୀଶ ପ୍ରସାଦ ରଥ, ସମ୍ମାନିତ ଅତିଥି ଭାବେ କଣ୍ଠ ଶିଳ୍ପୀ ପ୍ରଣାକୃଷ୍ଣ ମହାରଣା, ଏବିଜି ସୁଜଳ କୁମାର ମହାରଣା, ଅଧ୍ୟାପକ ଓଁ ପ୍ରକାଶ ସାହୁ, ଅଧ୍ୟାପକ ପ୍ରଭାତ କୁମାର ବେହେରା, ସାଂସ୍କୃତିକ ସଂଘର ମୁଖ୍ୟ ଅଧ୍ୟାପକ ସୁମନ୍ତ କୁମାର ଜେନା ଓ ପବିତ୍ର ମୋହନ ପ୍ରଧାନ ପ୍ରଭୂ ଶ୍ରୀ ନୀଳମାଧଵ ଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ l ସାଂସ୍କୃତିକ ସଂଘ ପକ୍ଷରୁ ହୋଇଥିବା ଓଡ଼ିଆ ଓ ଇଂରାଜୀ ପ୍ରବନ୍ଧ, ସାଧାରଣ ଜ୍ଞାନ, ମେହେନ୍ଦି,ପେଟିଙ୍ଗ ( ଚିତ୍ରାଙ୍କନ ) ନୃତ୍ୟ ଓ ସଂଗୀତ ଆଦି ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁପୁରସ୍କାର ବିତରଣ କରାଯାଇଥିଲା l ଯୁକ୍ତ ଦୁଇ ଓ ଯୁକ୍ତ ୩ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରଲ ହୋଇଥିବା ସଂଗୀତ ଓ ନୃତ୍ୟ ସମସ୍ତଙ୍କ ମନ ମୋ ହିଥିଲା l ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀମାନେ ସହଯୋଗ କରିଥିଲେ l ଓଡ଼ିଆ ବିଭାଗ ର ମୁଖ୍ୟ ଡ଼ଃ ନିରୋଦ କୁମାର ମନ୍ତ୍ରୀ ମଞ୍ଚ ସଂଯୋଜନା କରିଥିଲେ l +୨ବିଭାଗର ଲିଟେରାରୀ ଚାମ୍ପିୟାନ + ୨ର ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରୀ ସୁଶ୍ରୀ ସୀମା ସାହୁ ଓ + ୩ ବିଭାଗର ଲିଟେରାରୀ ଚାମ୍ପିୟାନ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ସୁଶ୍ରୀ ଶୁଭ୍ରଜ୍ୟୋତି ମହାରଣା ହାସଲ କରିଥିଲେ l ………………. ( ଫଟୋ ପଠାଇଲି)