ବାଇକ ଦୁର୍ଘଟଣା: ଯୁବକ ଯୁବତୀ ମୃତ

ବାଲିଗୁଡା: ୨୦/୦୧ (ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଡ଼ ଥାନା ଅନ୍ତର୍ଗତ ବଣ୍ଡଗୁଡ଼ା ନିକଟସ୍ଥ କାଣିବାରୁଡ଼ି ଛକ ନିକଟରେ ଏକ ବାଇକ ଦୁର୍ଘଟଣା ଗତକାଲି ହୋଇଛି l ଯୁବକ ଓ ଯୁବତୀ ଦୁହେଁ ଫିରିଙ୍ଗିଆ ଅଞ୍ଚଳରୁ ଗୁଟିଙ୍ଗିଆ ଯାଉଥିବା ବେଳେ ସାରଙ୍ଗଡ଼ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ନିକଟସ୍ଥ କାଣିବାରୁଡ଼ି ଛକ ନିକଟସ୍ଥ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା ବାଇକ୍ l ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକରେ ବସିଥିବା ଯୁବତୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ l ସ୍ଥାନୀୟ ଲୋକଙ୍କ ନିକଟରୁ ସୂଚନା ପାଇ ସାରଙ୍ଗଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ ଓ ଯୁବତୀଙ୍କୁ ସାରଙ୍ଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ lଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ଯୁବତୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ କିନ୍ତୁ ଅଧା ବାଟରେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି l

You might also like
error: Content is protected !!