ବିକଶିତ ଭାରତ ଜୀ ରାମ ଜୀ କର୍ମଶାଳା

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଗାନ୍ଧୀଜୀ ଙ୍କ ସମ୍ପୂର୍ଣ୍ଣ ଗ୍ରାମ୍ୟ ସ୍ଵରାଜ ପରିକଳ୍ପନା କୁ ସାକାର କରିବା ରେ ବିଫଳତା ହୋଇଥିଲା ମନେରଗା, ତଳ ସ୍ତର ଠାରୁ ଉପର ସ୍ତର ପର୍ଯ୍ୟନ୍ତ ପ୍ରାଶାସନିକ ବ୍ୟବସ୍ଥା ରେ ଅତ୍ୟନ୍ତ ଦୁର୍ନୀତି ହେଉଥିଲା। ୧୨୫ ଦିନର ରୋଜଗାର ସୁନିଶ୍ଚିତଶ୍ରମିକଙ୍କ ହାତକୁ ଯିବ ମଜୁରୀଅଧିକ ଦିନ କାମ, ଅଧିକ ଆୟ, ଅଧିକ ସୁରକ୍ଷା ଦେବା ଲକ୍ଷ୍ୟ ରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ବିକଶିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ (ଭି ବି ଜି ରାମ ଜି)ବିଲ୍‌ ସଂସଦରେ ପାଶ୍‌ ହୋଇ ଆଇନ୍‌ରେ ପ୍ରଣୟନ ହୋଇଛି । ମହାତ୍ମା ଗାନ୍ଧୀଙ୍କ ଗ୍ରାମ୍ୟ ସ୍ୱରୋଜଗାର ଲକ୍ଷ୍ୟକୁ ବାସ୍ତବରେ କିପରି ହାସଲ କରାଯାଇପାରିବ ତାହା ହେଉଛି ବିକଶିତ ଭାରତର ଉଦ୍ଦେଶ୍ୟ । କେବଳ ତାଙ୍କ ନାମକୁ ବ୍ୟବହାର କରି ରାଜନୈତିକ ଫାଇଦା ଉଠାଇବା ଆମର ଲକ୍ଷ୍ୟ ନୁହେଁ । ବିରୋଧୀ ଦଳଗୁଡିକ ନାନା ପ୍ରକାର ଅପପ୍ରଚାର କରୁଛନ୍ତି । ଏହାକୁ କୃଷକ ବିରୋଧୀ ଏବଂ ଗରିବ ବିରୋଧୀ ବୋଲି ସେମାନେ ଦର୍ଶାଉଛନ୍ତି । କିନ୍ତୁ କୃଷକ ଓ ଶ୍ରମିକ କଲ୍ୟାଣ ପାଇଁ ଏହି ଆଇନ୍‌ରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ଆଜି ସ୍ଥାନୀୟ ଅମ୍ବାପୁଆ ସ୍ଥିତ ଏସ୍ ଥ୍ରୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ କର୍ମଶାଳା ରେ ରାଜ୍ୟ ସାଧାରଣ ସମ୍ପାଦକ ଗଞ୍ଜାମ ଜିଲ୍ଲା ପ୍ରଭାରୀ ତଥା ବିକଶିତ ଭାରତ- ଜୀ ରାମ ଜୀ ର ରାଜ୍ୟ ପ୍ରମୁଖ ଶ୍ରୀ ଶାରଦା ପ୍ରସାଦ ଶତପଥୀ କହିଛନ୍ତି । ୨୦୦୫ରେ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା(ନରେଗା) ଆରମ୍ଭ କରାଯାଇଥିଲା । ଗତ ୨୦ ବର୍ଷ ଧରି ସାରା ଦେଶରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ୨୦୦୯ରେ ଉକ୍ତ ଯୋଜନାକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତ ଯୋଜନା(ମନରେଗା)ରେ ନାମିତ କରାଯାଇଥିଲା । ମାତ୍ର ଏହାର ମୌଳିକ ଢାଞ୍ଚାରେ କୌଣସି ପରିବର୍ତ୍ତନ କରାଯାଇନଥିôଲା । ଗାନ୍ଧୀଙ୍କ ନାମକୁ ବ୍ୟବହାର କରି ରାଜନୈତିକ ଫାଇଦା ଉଠାଇବାକୁ ୟୁପିଏ ସରକାର ଏମିତି କରିଥିଲେ । ଏଥିରେ ୧୦୦ ଦିନର ନିଶ୍ଚିନ୍ତ କର୍ମ ନିଯୁକ୍ତି ଦେବା ପାଇଁ ନିୟମ ଥିଲେ ମଧ୍ୟ ବାସ୍ତବରେ କେବଳ ୫୦ ଦିନ କାମ ମିଳୁଥିଲା । ମଜୁରୀ ପ୍ରଦାନରେ ବ୍ୟାପକ ଅନିୟମିତା ଦେଖିବାକୁ ମିଳିଥିଲା । ୟୁପିଏ ସରକାର ସମୟରେ ଯୋଜନାବଦ୍ଧ ଭାବେ ଏସବୁ ଦୁର୍ନୀତି ହୋଇଥିଲା । ବିହାରରେ ୬ ହଜାର କୋଟି ଓ ଉତ୍ତରପ୍ରଦେଶରେ ୧୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିଲା । ଓଡିଶା ମଧ୍ୟ ଏଥିରୁ ବାଦ ପଡି ନଥିଲା । ୨୦୧୨ ମସିହାରେ ସମ୍ବଲପୁରରେ କେତେଜଣ ମୃତବ୍ୟକ୍ତି, ରୋଗୀ ଏବଂ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବ୍ୟକ୍ତିଙ୍କ ନାମରେ ମଜୁରୀ ଟଙ୍କା ଉଠାଯାଇଥିଲା । ମଷ୍ଟର ରୋଲ୍‌ରେ ମିଛ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଥିଲା । କିଛି ରାସ୍ତା କାମ ଆଦୌ କରାନଯାଇ ଅର୍ଥ ହଡପ କରାଯାଇଥିଲା । ଟେକ୍ନୋଲୋଜିକୁ ବ୍ୟବହାର କରି ଏସବୁ ଦୁର୍ନୀତି ରୋକିବା ଏବଂ ଯୋଜନାର ସଫଳ ରୂପାୟନ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ‘ଭିବି ଜି ରାମ ଜି ବିଲ୍‌’ ପ୍ରଣୟନ କରିଛନ୍ତି । ଗ୍ରାମ ସ୍ୱରାଜ ଆଣିବା ପାଇଁ ଗାନ୍ଧୀଜୀଙ୍କ ଯେଉଁ ସ୍ୱପ୍ନ ଥିଲା ତାହାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରି ବିକଶିତ ଆଡକୁ କିପରି ଅଗ୍ର୍ରସର ହେବା ସେନେଇ ନୂତନ ଯୋଜନାରେ ବ୍ୟବସ୍ଥା କରାଯାଇଛି । କର୍ମନିଯୁକ୍ତିର ଅବଧିକୁ ୧୦୦ ଦିନରୁ ବୃଦ୍ଧି କରାଯାଇ ୧୨୫ ଦିନ କରାଯାଇଛି। କୃଷକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚାଷ ସମୟରେ ଓ ଅମଳ ସମୟରେ ଏହି କାମ ସମ୍ପୂର୍ଣ୍ଣ ବନ୍ଦ ରହିବ । ବର୍ଷକୁ ୬୦ ଦିନ ପର୍ଯ୍ୟନ୍ତ ଏହି ଅବଧି ରଖାଯାଇଛି । ଏହାଦ୍ୱାରା କୃଷି କ୍ଷେତ୍ରରେ ଶ୍ରମିକ ଅଭାବ ସମସ୍ୟା ଦୂରହେବ ଏବଂ ଅଯଥା ମଜୁରୀ ବଢ଼ିବା ସମସ୍ୟା ବନ୍ଦ ହେବ । ଏହି କର୍ମଶାଳାରେ ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତ, ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର, ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ, ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନସାମନ୍ତରାୟ,ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ତଥା ବିକଶିତ ଭାରତ -ଜୀ ରାମ ଜୀ ର ଜିଲ୍ଲା ପ୍ରମୁଖ ଶ୍ରୀ ଗୌରୀ ଶଙ୍କର ସାମନ୍ତରାୟ, ବରିଷ୍ଟ ନେତା କୁଞ୍ଜ ପାଣିଗ୍ରାହୀ, ଜିଲ୍ଲା କୃଷକ ମୋର୍ଚ୍ଚା ର ସଭାପତି ମହନ୍ତ ଚିନ୍ମାୟାନନ୍ଦ,ଜିଲ୍ଲା ର ସମସ୍ତ ପି ଆର ଆଇ ମେମ୍ବର,ଜିଲ୍ଲା କମିଟି, ଜିଲ୍ଲା ର ସମସ୍ତ ମୋର୍ଚ୍ଚା କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଏହି ଯୋଜନା ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚି ଜନଜାଗରଣ ସ୍ରୁଷ୍ଟି କରିବ ସେ ବିଷୟରେ ମଧ୍ୟ ଏହି କର୍ମଶାଳାରେ ଆଲୋଚନା ହେଲା ।

You might also like
error: Content is protected !!