ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷାନୁଷ୍ଠାନ ର ବାର୍ଷିକ କ୍ରୀଡା ଉତ୍ସବ


ବାଲିଗୁଡା,୧୮/୦୧(ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷାନୁଷ୍ଠାନ ର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠାନ ପରିସରରେ କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ପ୍ରଧାନଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଅମୁଲ୍ୟ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସରକାରୀ ମାଧ୍ୟମିକ ଶିକ୍ଷକ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଅଭିଷେକ ପ୍ରଧାନ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ

ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷାନୁଷ୍ଠାନ ର ବାର୍ଷିକ କ୍ରୀଡା ଉତ୍ସବ

କରିଥିଲେ l ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଅନୁଷ୍ଠାନ ର ଦ୍ୱିତୀୟ ବର୍ଷ ର ଛାତ୍ର କେଶବ ଦିଗାଳ ଓ ଅଭିଜିତ ପୃଷ୍ଟି ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l ଶେଷରେ ଅନୁଷ୍ଠାନ ର ଭାରପ୍ରାପ୍ତ ଅଧ୍ୟକ୍ଷ ମିହିର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ l

Smart Computer Ad
You might also like
error: Content is protected !!