ବାଲିମେଳା ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦଯାପିତ

ମାଲକାନଗିରି,(ମନୋଜ ପାଙ୍ଗି):-

ମାଲକାନଗିରିମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ଦ୍ଵାରା ଗତ ଦୁଇ ଦିନ ଚାଲିଥିବା ୪୦ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଦୌଡ଼ ପ୍ରତିଯୋଗିତା, ଡ଼ିସକସ ଥ୍ରୋ, ଜାବେଲିନ ଥ୍ରୋ, କବାଡି, କ୍ରିକେଟ, ହାଇ ଜମ୍ପ, ଲଙ୍ଗ ଜମ୍ପ ଇତ୍ୟାଦି ପ୍ରତିଯୋଗିତା ମାଧ୍ୟମରେ ଛାତ୍ର ଛାତ୍ରୀ ମାନେ ନିଜର କୌଶଳ ଓ ଦକ୍ଷତା ପ୍ରଦର୍ଶନ କରିଥିଲେ।ଆଜିର ଉଦଯାପନୀ ଶିବିରରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଏବଂ ବହୁ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ଆଜିର କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବରେ ବାଲିମେଳା ନଗର ଅଧ୍ୟକ୍ଷ ପ୍ରଦୀପ ନାୟକ ଯୋଗଦେଇ କ୍ରୀଡା ର ମହତ୍ ଉଦ୍ଦେଶ୍ୟ ବିଷୟ ରେ ଛାତ୍ର ଛାତ୍ରୀଙ୍କୁ ଅବଗତ କରାଇଥିଲେ । ମହାବିଦ୍ୟାଳୟ ର ଅଧକ୍ଷ ସୁବାଷ ଚନ୍ଦ୍ର ମାଝୀ କ୍ରୀଡା ଦ୍ଵାରା ଦେଶର ବିକାଶ ଓ ଅଧ୍ୟାପକ ପୁରୁଷୋତ୍ତମ ସମରଥ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସ୍ଵାସ୍ଥ୍ୟ ପାଇଁ କ୍ରୀଡା ର ଅବଶକ୍ୟତା ବିଷୟରେ ଅବଗତ କରିଥିଲେ । ଅଧ୍ୟାପକ ସୁନିଲ ପୂଜାରୀ ଏହି ବାର୍ଷିକ କ୍ରୀଡା ଉତ୍ସବ ର ସମ୍ପୂର୍ଣ୍ଣ ପରିଚାଳନା ର ଗୁରୁଦାୟିତ୍ଵ ବହନ କରିଥିଲେ । ୧୧ ଡିସେମ୍ବର ୨୦୨୫ ରୁ ଆୟୋଜିତ ହୋଇଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ ସହ ସମ୍ମାନିତ କରାଯାଇଥିଲା । ଉକ୍ତ ବକ୍ତୃତା ପ୍ରତିଯୋଗିତାରେ ଯୁକ୍ତ ତିନି ବର୍ଷର ଛାତ୍ରୀ ରିଙ୍କି ମାଡକାମୀ ଓ ଦ୍ଵାଦଶ ଶ୍ରେଣୀ ବିଭାଗ ରେ ମୁକୁନ୍ଦ ପଡ଼ିଆମି ଓ ଅଙ୍କିତା ସାଲବମ ସର୍ବଶ୍ରେଷ୍ଠ ପ୍ରତିଯୋଗୀ ଭାବରେ ସମ୍ମାନିତ ହୋଇଥିଲେ । ଏହି କ୍ରୀଡା ପ୍ରତିଯୋଗିତାକୁ ସୂଚାରୁରୂପେ ଅଧ୍ୟାପକ ମନୋରଞ୍ଜନ ଖମାରୀ, ଚନ୍ଦ୍ରଶେଖର ମାଢ଼ି, ତପନ କାର୍ଜୀ ମହାବିଦ୍ୟାଳୟ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ପରିଚାଳନା କରିବା ସହିତ ସୁରଜ କୁମାର ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ।

You might also like
error: Content is protected !!