ଟାଙ୍ଗଣା ପଲ୍ଲୀ ହାଇସ୍କୁଲର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ -ପିତା, ମାତା, ଗୁରୁଜନଙ୍କ ଆଶୀର୍ବାଦ ନେଇ ଭଲ ଲୋକ ହବା ପାଇଁ ପରାମର୍ଶ

ଛତ୍ରପୁର,(ବିଚିତ୍ର ସାହୁ):-

ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ଵର ନୋଡାଲ ଉଚ୍ଚ ବିଦ୍ୟାପୀଠର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉତ୍ସବରେ ମାଧ୍ୟମିକ ଶିକ୍ଷା ଦକ୍ଷିଣାଞ୍ଚଳ ଯୁଗ୍ମ ନିର୍ଦେଶକ ପବିତ୍ର ମୋହନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀ ପିତା, ମାତା ଓ ଗୁରୁଜନଙ୍କୁ ଭକ୍ତି ପ୍ରଦର୍ଶନ କରି ଏବଂ ଆଶୀର୍ବାଦ ନେଇ ସମାଜରେ ଭଲ ଲୋକ ହୋଇ ବିଦ୍ୟାଳୟର ତଥା ଅଂଚଳର ନାଁ ରଖିବା ପାଇଁ ପରାମର୍ଶ ଦେଇଥିଲେ l ମୁଖ୍ୟ ବକ୍ତା ରୂପେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଡ଼ଃ ପ୍ରଭାତୀ କୁମାରୀ ମହାପାତ୍ର ଯୋଗଦେଇ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ କମ୍ପୁଟରୀକରଣ ଦ୍ୱାରା ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ହେଉଥିବା କହି ଏ ଦିଗରେ ଶିକ୍ଷକ ଓ ଅଭିଭାବକ ମାନେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥିରୂପ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ରାମ ଚନ୍ଦ୍ର ମହାରଣା, ସ୍ଥାନୀୟ ସରପଞ୍ଚ ବି. ସୁଦାମ, ସମିତି ସଭ୍ୟା ମୀନକୁମାରୀ ସାହୁ,ବରିଷ୍ଠ ଶିକ୍ଷବିତ ଲକ୍ଷ୍ମୀନାରାୟଣ ଶତପଥୀ, ବିଧାୟକ ପ୍ରତିନିଧି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ,ଏସ ଏମ ସି ସଭାପତି ସୁରେନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ l ବରିଷ୍ଠ ଶିକ୍ଷକ ଅଭିରାମ ସାହୁ ସ୍ୱାଗତ ଭାଷଣ,ଏନସିସି ଅଫିସର ସୁଧାକର ବୋଳି ଅତିଥି ପରିଚୟ ଏବଂ ବରିଷ୍ଠ ଶିକ୍ଷୟିତ୍ରୀ ଵିଷ୍ଣୁ ପ୍ରିୟା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିବାବେଳେ କୈଳାଶ ବେହେରା, ଯୁଧିଷ୍ଠିର ବେହେରା, ବିଜୟକୁମାର ସାହୁ, ଜୟଶ୍ରୀ ଦୋରା, ଯମୁନା ରେଡ଼ି, ଉଷାରାଣୀ ମିଶ୍ର,ଭାଗିରଥି ମିଶ୍ର, ବିଜୟଲକ୍ଷ୍ମୀ ପାତ୍ର, ସସ୍ମିତା ବେହେରା,ଖେଳ ଶିକ୍ଷୟିତ୍ରୀ ନନ୍ଦିନୀ ସେଠି, ପର୍ଶୁରାମ ପାତ୍ର ପ୍ରମୁଖ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଓ ଉତ୍ସବ ପରିଚାଳନା କରିଥିଲେ l

You might also like
error: Content is protected !!