କୋରୁକୋଣ୍ଡା ଓ ବାଲିମେଳାରେ ଚାଇଲଡ଼ ଲାଇନ ପକ୍ଷରୁ ଚଢ଼ାଉ,୫ ଶିଶୁ ଉଦ୍ଧାର

ମାଲକାନଗିରି,(ମନୋଜ ପାଙ୍ଗି):-

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଏବଂ ବାଲିମେଳା ସହରରେ ଚାଇଲଡ଼ ଲାଇନ ପକ୍ଷରୁ ଚଢ଼ାଉ ୫ ଜଣ ଶିଶୁ ଶ୍ରମିକ ଉଦ୍ଧାର। ଭାରପାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଶ୍ରମ ଅଧିକାରୀ ବିନି ମୁଦୁଲିଙ୍କ ନେତୃତ୍ୱରେ କୋରୁକୋଣ୍ଡା ଓ ବାଲିମେଳା ସହରରେ ଚଢ଼ାଉ ହୋଇଥିଲା।ବ୍ୟାପାର ବାଣିଜ୍ୟ କରୁଥିବା ଲୋକମାନଙ୍କୁ ସଚେତନ କରିବା ସହିତ ବିଭିନ୍ନ ଦୋକାନ, ଶିଳ୍ପାନୁଷ୍ଠାନ ଆଦି ଚଢ଼ାଉ କରିଥିଲେ।ଏହି ସମୟରେ ବାଲିମେଳା ନଗରରେ ନିର୍ମାଣ କାର୍ଯ୍ୟ କାର୍ଯ୍ୟରେ ନିୟୋଜିତ ୨ଜଣ ଶିଶୁ ଶ୍ରମିକ,ତାରଲାକୋଟା ଇଟା ଭାଟିରୁ ୨ଜଣ, କୋରୁକୋଣ୍ଡା ସଦର ମହକୁମା ଗ୍ୟାରଜରୁ ଜଣେ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା।ଯେଉଁମାନେ ଏହି ଶିଶୁ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ଲାଗେଇଥିଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ।ଶିଶୁ ମାନଙ୍କୁ CWCକୁ ହସ୍ତାନ୍ତର କରାଯିବ।ଏହି ଚଢ଼ାଉ ସମୟରେ କୋରୁକୋଣ୍ଡା ଓ ଓର୍କେଲ ପୋଲିସ ସହାୟତା କରିଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପ୍ରୋଜେକ୍ଟ କୋଡ଼ିନେଟର ଶ୍ୟାମ ସଗରିଆ, ଶକ୍ତି ଏନଜିଓର ମିନତୀ ମାଢି,ସୌମ୍ୟ ରଞ୍ଜନ ସ୍ୱାଇଁ ପ୍ରମୁଖ ଚଢ଼ାଉ ସାମିଲ ଥିଲେ।

You might also like
error: Content is protected !!