ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର

ବ୍ରହ୍ମପୁର,(ବିଚିତ୍ର ସାହୁ)

ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପ-ଜିଲ୍ଲାପାଳ ଶ୍ରୀ ଅବିନାଶ କୁମାର ଙ୍କ ନିର୍ଦ୍ଦେଶକ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଦୁଇ ଗୋଟି ଆର୍ଥିକ ସାକ୍ଷରତା ଶିବିର ତା ୧୭.୦୧.୨୦୨୬ ରିଖ ରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପ୍ରକଳ୍ପ ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ଭାଲିଆଜୋଲା ଏବଂ ରଘୁନାଥ ଉଚ୍ଛ ବିଦ୍ୟାଳୟ ପି. ରାମଚନ୍ଦ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ , ଶ୍ରୀଯୁକ୍ତ ସ୍ୱାଭିମାନ ସାହୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ କ୍ଲସ୍ଟର ସି ଆର ସି ସି , ଶ୍ରୀଯୁକ୍ତ ଦିଲୀପ କୁମାର ପ୍ରଧାନ, ପି ରାମଚନ୍ଦ୍ରପୁର ପୋଷ୍ଟମାଷ୍ଟର ଶ୍ରୀ ଶାନ୍ତନୁ ମହାପାତ୍ର ,ଭାଲିଆଜୋଲା ପୋଷ୍ଟମାଷ୍ଟର, ଭାଲିଆଜୋଲା ସରପଞ୍ଚ ଯୋଗ ଦେଇଥିଲେ। ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା , ସୁରକ୍ଷିତ ସଞ୍ଚୟ , ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ବୀମା ,ପୋଷ୍ଟ ପେମେଣ୍ଟ ବ୍ଯାଙ୍କ ର ଉପକାରିତା ,ସାଇବର୍ ଫ୍ରଡ୍ ସମ୍ବନ୍ଧରେ ଆଲୋଚନା କରଯାଇଥିଲା । ଶିବିର ରେ ଛାତ୍ର ଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ । ଶେଷରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ମଧ୍ୟ କରାଯାଇଥିଲା।

You might also like
error: Content is protected !!