ଗୋପାଳପୁର, ସମୁଦ୍ର କୂଳରେ ଅମୃତ କାଳ ସାଂସ୍କୃତିକ ସମାରୋହ ଉଦଘାଟିତ

ବ୍ରହ୍ମପୁର,(ବିଚିତ୍ରସାହୁ):-

ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଆନୁକୂଲ୍ୟରେ ପୂର୍ବାଞ୍ଚଳ ସଂସ୍କୃତିକ କେନ୍ଦ୍ର, କଲିକତା ପକ୍ଷରୁ ଅମ୍ରିତ କାଳ ସାଂସ୍କୃତିକ ସମାରୋହ ଅବସରରେ ଦୁଇଦିନ ବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି lଉଦଘାଟନ ସମାରୋହରେ *ଗୋପାଳପୁର, ସମୁଦ୍ର କୂଳରେ ଅମୃତ କାଳ ସାଂସ୍କୃତିକ ସମାରୋହ ଉଦଘାଟିତଶ୍ରୀଯୁକ୍ତ ଭି କିର୍ତ୍ତୀ ଭାଷନ, IAS* , ଜିଲ୍ଲାପାଳ, ଗଞ୍ଜାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଡାକ୍ତର ଶ୍ରବଣା ବିବେକ ଏମ, IPS, ପୋଲିସ ଅଧିକ୍ଷକ, ବ୍ରହ୍ମପୁର, ଶ୍ରୀଯୁକ୍ତ ପ୍ରଥମେଶ ଅରବିନ୍ଦ IAS, ବ୍ରହ୍ମପୁର ମହାନଗର ନିଗମ କମିଶନର, ଶ୍ରୀଯୁକ୍ତ ଅବିନାଶ କୁମାର IAS, ଉପ ଜିଲ୍ଲାପାଳ, ବ୍ରହ୍ମପୁର ଯୋଗ ଦେଇଥିଲେ lଗୋପାଳପୁର, ସମୁଦ୍ର କୂଳରେ ଅମୃତ କାଳ ସାଂସ୍କୃତିକ ସମାରୋହ ଉଦଘାଟିତକେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଅନୁକୂଲ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅମ୍ରିତକାଳ ସାଂସ୍କୃତିକ ସମାରୋହ ମାଧ୍ୟମରେ ଏକ ବିକଶିତ ଭାରତର ଯେଉଁ ପରିକଳ୍ପନା କରାଯାଇଛି ତାହା ଭାରତ ତଥା ଓଡ଼ିଶାର ସଂସ୍କୃତି ସମ୍ପର୍ଣ୍ଣ ନୃତ୍ୟ, ସଂଗୀତକୁ ଗରିମାମୟ କରିପାରିଛି ଏବଂ ଏହି ସମାରୋହ ମାଧ୍ୟମରେ ଓଡିଶା ତଥା ଗଞ୍ଜାମ ଜିଲ୍ଲା ସ୍ଥାନୀୟ କଳାକାର ଗୋଷ୍ଠୀ ନିଜର ନୃତ୍ୟ କଳା ପ୍ରଦର୍ଶନ କରୁଛନ୍ତି lଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଦୁଇ ଦିନଧରି ଅନୁଷ୍ଠିତ ହେଉଥିବା ଏହି ସାଂସ୍କୃତିକ ସମାରୋହର ଉଦଘାଟନୀ ସନ୍ଧ୍ୟାରେ ଶ୍ରୀ ଶ୍ରୀ ଚୈତନ୍ୟ ନିତ୍ୟାନନ୍ଦ ଘଣ୍ଟ ମୃଦଙ୍ଗ ସଂଘ, ଗଞ୍ଜାମ ଦ୍ୱାରା ଘଣ୍ଟ ମୃଦଙ୍ଗ ଓ ପଶୁ ନୃତ୍ୟ, ନରେନ୍ଦ୍ର ପୁର ଲୋକାନୃତ୍ୟ ଦଳ, ଗଞ୍ଜାମ ଦ୍ୱାରା ଯୋଡିଶଙ୍ଖ, ସାଧୁଗୋସାଇଁ ନାଟ୍ୟ ପରିଷଦ, ଗଞ୍ଜାମ ଦ୍ୱାରା ଦଣ୍ଡନାଚ, ସାଧନା ଆର୍ଟ ଆଣ୍ଡ କଲଚର, ଭୁବନେଶ୍ୱର, ଦ୍ୱାରା ଓଡିଶୀ ନୃତ୍ୟ, ଜୟ ମା ସନ୍ତୋଷୀ ଲୋକାନୃତ୍ୟ କଳା ସାଂସଦ, ଗଞ୍ଜାମ ଦ୍ୱାରା ରାଧା ପ୍ରେମଲୀଳା, ଜାଗୃତି ନୃତ୍ୟ କଳା ମନ୍ଦିର, କଟକ ଦ୍ୱାରା ଓଡିଶୀ ନୃତ୍ୟ ଓ ନୃସିଂହନାଥ ନାଟ୍ୟ କଳା ସଙ୍ଘ, ଗଞ୍ଜାମ ଦ୍ୱାରା ପ୍ରହଲାଦ ନାଟକ ଇତ୍ୟାଦି ପରାମ୍ପରୀକ ନୃତ୍ୟ କାର୍ଯ୍ୟକ୍ରମ ମାନ କଳାକାର ମାନେ ପ୍ରସ୍ତୁତ କରାଯାଇଥିଲା lକଳାକାର ଗ୍ରୁପ ମାନଙ୍କୁ ପୂର୍ବାଞ୍ଚଳ କ୍ଷେତ୍ରୀୟ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଆର୍ଥିକ ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଉଛି. ଗଞ୍ଜାମ କଳାକାର ମାନଙ୍କୁ ଉତ୍ସାହିତ କରିବାକୁ କଲିକତା ସ୍ଥିତ ପୂର୍ବାଞ୍ଚଳ କ୍ଷେତ୍ରୀୟ ସାଂସ୍କୃତିକ କେନ୍ଦ୍ର ଙ୍କ ଉଦ୍ୟମ କୁ ସହଯୋଗ ଦେଇଛନ୍ତି ଗଞ୍ଜାମ ପ୍ରଶାସନ lଏହି ଅବସରରେ ଗୁରୁମାନଙ୍କୁ ସମ୍ମାନିତ କରାଯାଇ ଥିଲା lଅତିଥି ମାନେ କଳାକାର ଗଞ୍ଜାମ ପ୍ରଶାସନ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରକୁ ବେଶ ପ୍ରଶଂସା କରିଥିଲେ.ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ତରଫରୁ ଶ୍ରୀ ଜୟଦୀପ ବୋଷ, ଶ୍ରୀ କ୍ରିଷ୍ଣା ସରୋଜ ଏହାକୁ ପରିଚାଳନା କରିଥିଲେ, ଉଦଘୋଷିକା ଭାବେ ସିନ୍ଧୁ ବ୍ରାଉନ ମଞ୍ଚ ସଂଚାଳନ କରିଥିଲେ ଓ ଶ୍ରୀ ବିଭୁ ପ୍ରସାଦ ମିଶ୍ର ଇଭେଣ୍ଟ ପରିଚାଳନା କରିଥିଲେ l

You might also like
error: Content is protected !!