ବାଲି ମାଫିଆଙ୍କ ଘରେ ଇଡି

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ଇଡି ବିଭିନ୍ନ ବାଲି ମାଫିଆଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିଛି l ଯେଉଁମାନେ ମିଥ୍ୟା ୱାୟୀ ଫର୍ମ ବ୍ୟବହାର କରି ଗଞ୍ଜାମ ଜିଲ୍ଲାରେ ଲଘୁ ଖଣିଜ ପଦାର୍ଥ ଲୁଟ ପାଟ କରୁଥିଲେ। ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ବାହୁଦା ଏବଂ ବଡ଼ ନଦୀର ନଦୀ ଶଯ୍ୟାରେ ବ୍ୟାପକ ଅବୈଧ ଖଣି ଖନନ କରୁଥିଲେ l ତଲାସୀ ସମୟରେ, କୋଟି କୋଟି ଟଙ୍କାର ନଗଦ ଟଙ୍କା ଭର୍ତ୍ତି ଏକ ଆଲମିରା,ଉଚ୍ଚମାନର ବେନାମୀ ଯାନବାହନ ଏବଂ ଅସ୍ଥାବର ସମ୍ପତ୍ତି, ଚୁକ୍ତିନାମା ଏବଂ ଖଣି ଲିଜ୍ ସମ୍ପର୍କିତ କାଗଜପତ୍ର ଜବତ କରାଯାଇଛି । ତଲାସୀ ଅଭିଯାନ ଜାରି ରହିଛି। ଶେରଗଡ଼ ସ୍ଥିତ ବାଲି ମାଫିଆ ହୃଷୀକେଶ ପାଢୀ ଏବଂ ବ୍ରହ୍ମପୁର ସ୍ଥିତ ତାଙ୍କ ପୁତ୍ରଙ୍କ ଘରେ ଏବଂ ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଛି l ସେହିଭଳି ବିଭିନ୍ନ ବ୍ୟବସାୟୀଙ୍କ ଘରେ ଚଢ଼ାଉ ଚାଲିଛି l ବିଜିପୁରୁ, ଅମ୍ବିକା ନଗର,ତୁଳସୀ ନଗର,ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଛି l

You might also like
error: Content is protected !!