ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଆଗମୀ ଜାନୁୟାରୀ ୧୮ତାରିଖ ରବିବାର ଦିନ ଜଟଣୀର ୨ୟ ପଥ ଉତ୍ସବ ଅନୁଷ୍ଠିତ ହେବ ବୋଲି ସାମ୍ୱାଦିକ ସମ୍ମିଳନୀ ରେ ମୁଖ୍ୟ ଆୟାଯୋକ ଡଃ. ରୁଷି ପଟ୍ଟନାୟକ ପ୍ରକାଶ କହିଛନ୍ତି। ଚଳିତ ମାସ ୧୮ ତାରିଖ ରବିବାର ଦିନ ଜଟଣୀ ସହରରେ ପଥ ଉତ୍ସବ ଆୟୋଜନ ପାଇଁ ଜଟଣୀ ଗେଟ ନିକଟସ୍ଥ ହୋଟେଲ ଅତିଥି ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କମିଟିର ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ୱ ରଞ୍ଜନ ବଡଜେନା ସୂଚନା ଦେଇଛନ୍ତି।ଏହି ବୈଠକ ରେ ଅଧକ୍ଷ ଶ୍ରୀଯୁକ୍ତ ବଡ଼ଜେନା ପ୍ରଥମ ପଥ ଉତ୍ସବ ର ସଫଳତା କେବଳ ସାମ୍ବାଦିକ ମାନଙ୍କ ବହୁଳ ପରିମାଣରେ ପ୍ରଚାର ପ୍ରସାର ନିମନ୍ତେ ସମ୍ଭବ ବୋଲି କହି ଅନେକ ଅନେକ ଧନ୍ୟବାଦ ଅର୍ପଣ କରିଥିଲେ। ଆଉ ଆଗମୀ ଦ୍ୱିତୀୟ ପଥ ଉତ୍ସବ କିଭଳି ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ ସେଥିପାଇଁ ଅନୁରୋଧର କରିଥଲେ।ମୁଖ୍ୟ ଆୟୋଜକ ଡଃ ରୁଷି ପଟ୍ଟନାୟକ ସ୍ଵାଗତ ଅଭିଭାଷଣ ପ୍ରଦାନ କରି କହିଥିଲେ କି ଆଗମୀ ଦ୍ୱିତୀୟ ପଥ ଉତ୍ସବ ସ୍ଵତନ୍ତ୍ର ଭାବରେ ଦେଶତିଂକ୍ ଭାବରେ ପାଳନ କରାଯିବ। ଯେହେତୁ ଜାନୁୟାରୀ ୨୬ପୂର୍ବାରୁ ୧୮ ତାରିଖ ରେ ଦ୍ୱିତୀୟ ପଥ ଉତ୍ସବ ପାଳନ କରାଯାଉଛି ତେନୁ ଏହାକୁ ଦେଶ ପ୍ରେମ ରେ ସଜେଇବା ପାଇଁ ସ୍ବତନ୍ତ୍ର ଭାବରେ ସ୍ଵତନ୍ତ୍ର ଦିବସ ଏସ୍ପିସିଆଲ୍ କରାଯାଇଛି ।ଶ୍ରୀ ବଡ଼ଜେନା ଉପସ୍ଥିତ ସମସ୍ତ ସାମ୍ବାଦିକ ଏବଂ ଜଟଣୀ ବିକାଶ ର ସଦସ୍ୟଙ୍କୁ ଆହ୍ୱାନ ଦେଇଥିଲେ ଯେ କଣ ଅଧିକ ରୁ ଅଧିକ କଲେ ଜଟଣୀର ଜନସାଧାରଣ ଉପକୃତ ହେବେ। ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା କଳାକାର ଡ ଋଷି ପଟ୍ଟନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିକାଶ ପରିଷଦ ଏହି ପଥ ଉତ୍ସବର ଦାୟିତ୍ୱ ନିର୍ବାହ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଏହି ବୈଠକରେ ବିକାଶ ପରିଷଦ ସଭାପତି ସୁଦର୍ଶନ ସୁନ୍ଦରାୟ, ମନୋଜ କୁମାର ସ୍ୱାଇଁ, ଡ଼ ଉମାକାନ୍ତ ପଟ୍ଟନାୟକ, କୈଳାସ ଚନ୍ଦ୍ର ମହାପାତ୍ର, ଲିଟୁ ରଞ୍ଜନ ରାଉତରାୟ, , ସାଂସଦଙ୍କ ପ୍ରତିନିଧି ସତୀଶ ଶର୍ମା, ସବ୍ୟସାଚୀ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପଥ ଉତ୍ସବ ଖୋର୍ଦ୍ଧା ପିପିଲି ମୁଖ୍ୟ ରାସ୍ତାରେ ହରି ଭାଇନା ଛକ ଠାରୁ ମହୁଲି ଗୁଡ଼ିଆ ଛକ ମଧ୍ୟରେ ଥିବା ଦୁଇ ପାର୍ଶ୍ଵ ରାସ୍ତାରେ ଅନୁଷ୍ଠିତ ହେବ। ଗତ ଡିସେମ୍ବର ମାସରୁ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମାର୍ଗ ଦର୍ଶନରେ ଏହା ପ୍ରତ୍ୟକ ମାସ ତୃତୀୟ ରବିବାର ଦିନ ଅନୁଷ୍ଠିତ ହେଉଛି। ଏହି ପଥ ଉତ୍ସବରେ ଭାଗ ନେବାକୁ ଇଛୁକ କଳାକାର, ସାଂସ୍କୃତିକ ଅନୁଷ୍ଠାନ,ସ୍କୁଲ, କଲେଜ ତଥା ଇଛୁକ ବ୍ୟକ୍ତି ମାନେ ଆଗୁଆ ୯୩୩୭୦୫୨୭୦୬ରେ ଯୋଗାଯୋଗ କରିବାକୁ ନିବେଦନ କରାଯାଇଛି। ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ସହ ଲୋପ ପାଇ ଯାଉଥିବା କଳା ସଂସ୍କୃତିକୁ ବଞ୍ଚାଇବା ପାଇଁ ଏହି ପଥ ଉତ୍ସବ ମୁଖ୍ୟ ଭୂମିକାରେ ଆୟୋଜନ କରାଯାଉଛି ବୋଲି କମିଟିର ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ। ଏଥର ୧୪୫ଟି କାର୍ଯ୍ୟକ୍ରମ ପଥ ଉତ୍ସବସରେ ପ୍ରଦର୍ଶନ ସହ. ସ୍ଥାନୀୟ ସ୍ଵେଛାସେବୀ, ଅନୁଷ୍ଠାନ, ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ। ଜାନୁୟାରୀ ୧୮ ତାରିଖରେ ଅନୁଷ୍ଠିତ ପଥ ଉତ୍ସବସରେ ଜନ ସାଧାରଣ ବହୁ ସଂଖ୍ୟାରେ ଯୋଗ ଦେବାକୁ ନିବେଦନ କରାଯାଇଥିଲା । ଅଧ୍ୟକ୍ଷ ଶ୍ରୀ ବଡଜେନା ଓ ଆବାହକ ଡ଼ଃ.ପାଟ୍ଟନାୟକ ସମସ୍ତ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଆଗମୀ ପଥ ଉତ୍ସବ ପାଇଁ ସ୍ଵାଗତକରିଥଲେ ଏବଂ ବିକାଶ ପରିଷଦ ସଭାପତି ଶ୍ରୀ କୈଳାଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।