ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା
ନୟାଗଡ଼(ପ୍ରଭାକର ଶିରୋମଣି) ନୂତନ ବର୍ଷ ୨୦୨୬ ଅବସର ରେ ଏକ ବନ୍ଧୁ ମିଳନ ଉତ୍ସବ ନିକଟସ୍ଥ ମା ‘ ନାରାୟଣୀ ପୀଠ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଥିଲା l କଣ୍ଟିଲୋ ନୀଳମାଧଵ ମହା ବିଦ୍ୟାଳୟର ସଂସ୍କୃତ ବିଭାଗ ପ୍ରାକ୍ତନ ଛାତ୍ର ଛାତ୍ରୀ ଙ୍କ ପକ୍ଷରୁ ବିଭାଗ ମୁଖ୍ୟା ଜୟଶ୍ରୀ ସାହୁ ଅବସର ଗ୍ରହଣ କରିଥିବା ଉଦ୍ଦେଶ୍ୟରେ ଏକ ବନ୍ଧୁ ମିଳନ ଉତ୍ସବ ତଥା ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ପୁରାତନ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଏହି ସଭାରେ ମୂଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଭାକର ଶିରୋମଣି ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ କଟକ ସ୍ଥିତ ବିରେନ ମିତ୍ର ଓମେସ କଲେଜ ସଂସ୍କୃତ ଆଧ୍ୟାପିକା ସରଳା ବେହେରା ଓ ନୀଳମାଧଵ ମହା ବିଦ୍ୟାଳୟ ସାମାଜିକ ବିଜ୍ଞାନ ଅଧ୍ୟାପିକା ରଶ୍ମିତା ସାହୁ ଯୋଗଦେଇ ଗୁରୁ ଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରିବା ସଙ୍ଗେସଙ୍ଗେ ଅବସର ଗ୍ରହଣ କରିଥିବା ସଂସ୍କୁତ ଅଧ୍ୟାପିକାଙ୍କର ଶିକ୍ଷା ଦାନର ସ୍ମୃତିକୁ ମନେ ପକାଇ କଲେଜ ଜୀବନର ସ୍ମୃତି ଚାରଣ କରିଥିଲେ l ଏହି କାର୍ଯ୍ୟ କ୍ରମରେ ୫୦ ରୁ ଉର୍ଦ୍ଧ୍ୱ ପୂର୍ବତନ ଛାତ୍ର ଛାତ୍ରୀ ଯୋଗ ଦେଇଥିଲାବେଳେ ସମସ୍ତଙ୍କ ମନରେ ଗୁନ୍ଥା ଯାଇଥିବା ସ୍ନେହ ଓ ମମତାର ଏକ ଫୁଲମାଳ ବ୍ୟାଖ୍ୟା କରାଯାଇଥିଲା l ଏହି ସଭାରେ ପ୍ରାକ୍ତନ ସଂସ୍କୃତ ବିଭାଗ ଛାତ୍ର ଜିତେନ୍ଦ୍ର ପାଣିଗ୍ରାହୀ ଉକ୍ତ କାର୍ଯ୍ୟ କ୍ରମକୁ ସଂଯୋଜନା କରିଥିଲାବେଳେ ପୁରାତନ ଛାତ୍ର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ କର୍ମକର୍ତ୍ତା ବୃନ୍ଦାବନ ପ୍ରଧାନ, ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ ଶୈଳ ଦାଶ, ମହେନ୍ଦ୍ର କୁମାର ସ୍ବାଇଁ ଲିପୁନ ପାତ୍ର ପ୍ରମୁଖ ବକ୍ତବ୍ୟ ରଖି ସ୍ମୃତି ଚାରଣ କରିଥିଲେ l ଶେଷରେ ଅଧ୍ୟାପିକା ରଶ୍ମିତା ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ