ନୟାଗଡ଼(ପ୍ରଭାକର ଶିରୋମଣି):-
ନୂତନ ବର୍ଷ ୨୦୨୬ ଅବସରରେ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ପତ୍ର ପତ୍ରିକା ଓ ସୋସିଆଲ ମିଡିଆରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ଏକ ମିଳିତ ବୈଠକ ଆଜି ରବିବାର ଖଣ୍ଡପଡାଗଡ଼ସ୍ଥିତ ମା ‘ ଉମା ଦେବୀ ଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା l ନୟାଗଡ଼ ଜିଲ୍ଳା ସାମ୍ବାଦିକ ସଂଘ ର ସଭାପତି ପ୍ରମୋଦ କୁମାର ପଟ୍ଟନାୟକ ( ବନୁ ବାବୁ ) ଙ୍କ ଆବାହତ୍ୱରେ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଶତାଧିକ ସାମ୍ବାଦିକ ଯୋଗ ଦେଇ ପରସ୍ପର ମଧ୍ୟରେ ନୂତନ ବର୍ଷର ଶୁଭେଚ୍ଛl କାମନା କରି ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ଜଳନ ପୂର୍ବକ ଆଶୀର୍ବାଦ କାମନା କରିଥିଲେ l ଏହି ଅବସରରେ ଖଣ୍ଡପଡା ଆଞ୍ଚଳିକ ସାମ୍ବାଦିକ ସଂଘ ଓ ଭାପୁର ପ୍ରେସ କ୍ଲବ ପକ୍ଷରୁ ଜିଲ୍ଲା ସଭାପତି ପ୍ରମୋଦ କୁମାର ପଟ୍ଟନାୟକ ଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା l ବରିଷ୍ଟ ସାମ୍ବାଦିକ ପ୍ରଭାକର ଶିରୋମଣି, ଆଦର୍ଶ ପଟ୍ଟନାୟକ, ଲୋକନାଥ ମିଶ୍ର, ପୁରୁଷୋତ୍ତମ ମହାପାତ୍ର, ଦିଲ୍ଲୀପ ନନ୍ଦ, ସୁକାନ୍ତ ପଟ୍ଟନାୟକ, ପ୍ରକାଶ ପାଣି,କମଳ ଲୋଚନ ଦଳେଇ ଓ ସୁନୀଲ ପଟ୍ଟନାୟକ ପ୍ରମୁଖ ସାମ୍ବାଦିକ ମାନେ ଉପସ୍ଥିତ ରହି ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରି ସଂଘ ର ଭବିଷ୍ୟତ କାମନା କରିଥିଲେ l ପରି ଶେଷରେ ବରିଷ୍ଠ ସାମ୍ବାଦିକ ସୁବାସ ମହାପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ l ଆସନ୍ତା ଅପ୍ରେଲ ମାସ ପ୍ରାରମ୍ଭରେ ଜିଲ୍ଳା ସାମ୍ବାଦିକ ସଂଘ ର ୨ ଦିନିଆ ବାର୍ଷିକ ଉତ୍ସବ ପାଳନ କରାଯିବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ ସୂଚନା ଦେଉଥିଲେ l …………………( ଫଟୋ ପଠାଇଲି)