ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ଟାଉନ ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି l ସୁଭମ ମାଝୀ (୨୨)ଆଲୋକ ମଳିକ (୨୬) ଙ୍କୁ ପୋଲିସ ଗିରଫ କରିଛି l ଧମକ,ଆକ୍ରମଣ, ଜାତିଗତ ଶବ୍ଦ ବ୍ୟବହାର କରି ଗାଳି ଦେବା,ପିସ୍ତଲ ଏବଂ ଖଣ୍ଡା ଦେଖାଇବା ଏବଂ ଟଙ୍କା ଆଦାୟ ଦାବି ଅଭିଯୋଗରେ ଦୁହେଁଙ୍କୁ ଗିରଫ କରିଥିବା ପୋଲିସ କହିଛି l
ପୋଲିସ, ଗୋଟିଏ ପିସ୍ତଲ,ଗୋଟିଏ ଖଣ୍ଡା,ମୋବାଇଲ୍ ଫୋନ୍ ,ଗୋଟିଏ ସ୍କୁଟର ସମେତ ଅନ୍ୟ ଜିନିଷ ଜବତ କରିଛି l ଉଭୟ ଅଭିଯୁକ୍ତଙ୍କୁ ସ୍ଥାନୀୟ ବିଜିପୁରର ଏକ ଜିମ୍ ରୁ ଗିରଫ କରାଯାଇଥିଲା l ତଦନ୍ତ ଜାରି ରହିଛି l