ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଆଜି ବହୁ ପ୍ରତିକ୍ଷିତ ଜଟଣୀ ବାସୀଙ୍କ ଆଶା ପ୍ରଥମ୍ ପଥ ଉତ୍ସବକୁ ଶୀତୁଆ ସକାଳରେ ଜଟଣୀ ବାସୀ ପାଳନ କରୁଛନ୍ତି।ବାହୁ ଦିନର ଆଶା ଥିଲା ଆମ ଜଟଣୀ ଭୁବନେଶ୍ଵର ଠାରୁ କିଛି ଦୂରରେ କିନ୍ତୁ ଆମେ ସ୍ମାଟ ସିଟିରୁ ଅବହେଳିତ, ଆଜି କିନ୍ତୁ ଜଟଣୀ ମାଟିର ପୁଅ ଓଡିଶା ପଥ ଉତ୍ସବର (ର।ହାଗିରି) ଜନକ ଯାହାଙ୍କ ଦ୍ୱାରା, ଯାହାଙ୍କ ପାଇଁ ଭୁବନେଶ୍ଵର ର ରାହାଗିରି, ଓଡିଆ ଚଚ୍ଚିତ୍ରରତଥା ଟିଭି ତାରକା ଜଣେ ଜଣାଶୁଣା ସମାଜ ବିଜ୍ଞାନୀ ଡଃ ରୁଷି ପଟ୍ଟନାୟକ ଙ୍କ ପାଇଁ ଜଟଣୀ ବାସୀ ଙ୍କ ପାଖରେ ପଥ ଉତ୍ସବ ପହଁଚିଲା ଆଉ ଏତେ ଶୀତ କାଳ ରେ ସକାଳ ଛଟା ରେ ପ୍ରାୟ ୨୫ହଜାର ରୁ ଉର୍ଦ୍ଧ ସବୁ ବର୍ଗର ଲୋକ ଉପୋଭୋଗ କରିପାରିଲେଏହି ପଥ ଉତ୍ସବ ସମ୍ଭବ ହେଲା କେବଳ ଖୋରଧା ଜିଲ୍ଲା ବିଜେପି ସଭାପତି ତଥା ପଥ ଉତ୍ସବ ର ଅଧକ୍ଷ ଶ୍ରୀ ବିଶ୍ୱରଞ୍ଜନ ବଡ଼ଜେନା(ଲୁଲୁ)ଙ୍କ ପାଇଁ। ମୁଖ୍ୟ ଆୟୋଜକ ସହିତ ରାତି ଅନିଦ୍ରା ହେଇ ନିଜର କର୍ମୀ ତାହା ସାଂସଦ ଙ୍କ ଦୁଇ ପ୍ରତିନିଧି ମନୋଜ ନନ୍ଦ ଓ ସତୀଶ ଶର୍ମା ଙ୍କ ସହିତ ସାରା ରାତି ରାସ୍ତା ଉପରେ ରହି ଡଃ ରୁଷି ପଟ୍ଟନାୟକ ଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଥିଲା । ଏହାର ଆୟୋଜକ ଥିଲେ ଜଟଣୀ ବିକାଶ ପରିଷଦ।ଆଜି କାର ଏହି ପ୍ରଥମ ପଥ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ବିଜେପି ରାଜ୍ୟ ସଭାପତି। ଶ୍ରୀ ମନମୋହନ ସାମଲ, ଖୋରଧା ବିଧାୟକ ଶ୍ରୀ ଗଣେଶ ଜଗଦେବ, ଜଟଣୀ ବିଧାୟକ ଶ୍ରୀ ବିଭୂତି ଭୂଷଣ ବଳବନ୍ତରାୟ, ପୂର୍ବତନ ବିଧାୟକ ଶ୍ରୀ ସୁର ରାଉତରାୟ, ପୌରରିଷଦର ଅଧ୍ୟକ୍ଷ ଶ୍ରୀ ଅନନ୍ତ ବେହେରା, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ଛୋଟରାୟ,ହାଇଟେକ୍ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତା ତିରୁପତି ପାଣିଗ୍ରାହୀ, ଜଟଣୀ ବିଡ଼ିଓ ଶ୍ରୀ ବସନ୍ତ କୁମାର ହାତୀ, ତହସିଲଦାର ଶ୍ରୀ ଶିବ କୁମାର ପରିଡ଼ା, ଥାନା ଆଇ.ଆଇ.ସି ଶ୍ରୀ ଷ୍ଟାଲିନ ବିଶ୍ବାଳ, ପୌରରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଆକୃତି ଗୋଉଙ୍କ।, ଦୁଇ ମେଡିକାଲ୍ ଅଧିକାରୀ ଡାକ୍ତର ଜିତେନ୍ଦ୍ର ପଣ୍ଡା, ଡାକ୍ତର କ୍ରିଷ୍ଣା ରାଜ, ଅଗ୍ନିରିବାହି ଅଧିକାରୀ ଶ୍ରୀ ଲକ୍ଷ୍ମଣ ବେହେରା, ସାଂସଦ ଙ୍କ ପ୍ରତିନିଧି ମନୋଜ ନନ୍ଦ ଓ ସତୀଶ ଶର୍ମା, ବିକାଶ ପରିଷଦ ସଭାପତି ବିଜୁ ଛୋଟରାୟ, ସମ୍ପାଦକ ସୁଦର୍ଶନ ସୁନ୍ଦରାୟ, ଜଟଣୀ ବଜାର କମିଟି କର୍ମକର୍ତ୍ତା, ଖୋରଧା ଜିଲ୍ଲା ବିଜେପି ର ସମସ୍ତ କର୍ମକର୍ତା ମଞ୍ଚରେ 6ଯୋଗ ଦେଇ ବିଶ୍ୱରଂଜନ ବଡ଼ଜେନା ଙ୍କ ନେତୃତ୍ଵ ପ୍ରତି ସମର୍ଥନ ଜଣାଇଥିଲେ। ସ୍ଵାଗତ ଅଭିଭାଷଣ ଲୁଲୁ ବଢ଼ଜେନ। ପ୍ରଦାନ କରୁଥିଲେ ଆଉ ସୁଦର୍ଶନ ସୁନ୍ଦରାୟ ଧନ୍ୟବାଦ୍ ଅର୍ପଣ କରୁଥିଲେ।ମୁଖ୍ୟ ଅତିଥି ମନମୋହନ ସାମଲ କହିଥିଲେ ଯେ ଆଗାମୀ ଦିନରେ ଜଟଣୀ ପଥ ଉତ୍ସବ କୁ ସରକାରୀ ସ୍ତରରେ ଆୟୋଜନ କରାଯିବ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖୋରଧା ବିଧାୟକ ଶ୍ରୀ ଗଣେଶ ଜଗଦେବ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଛନ୍ତି, ଏବଂ ମୁଖ୍ୟ ଆୟୋଜକ ଡଃ ରୁଷି ପଟ୍ଟନାୟକ ଙ୍କୁ ଏ ଭଳି ପଥ ଉତ୍ସବ ଖୋରଧା ବାସୀଙ୍କ ପାଇଁ ଆୟୋଜନ କରିବା ନିମନ୍ତେ ଅନୁରୋଧ କରିଥିଲେ।ଏହି ଉତ୍ସବ ରେ ପ୍ରାୟ ୧୦୦ରୁ ଉର୍ଦ୍ଧ ପ୍ରକାର ଅନୁଷ୍ଠାନ ତାଙ୍କର ନିଜସ୍ଵ କଳା, ନୃତ୍ୟ, ଗୀତ, ସ୍ବାସ୍ଥ୍ୟ ସେବା, ସଚେତନତା, ପ୍ରଦର୍ଶନୀ, ଖାଦ୍ୟ ପ୍ରସ୍ତୁତି, କ୍ରୀଡା, ଚିତ୍ରାଙ୍କନ, ପାରମ୍ପରିକ କଳା ନୃତ୍ୟ ଗୀତ, ଚାଳଚିତ୍ର ପ୍ରଦର୍ଶିନି, ସ୍କ।ଉ ଗାଇଡ, ଏନସିସି, ଜିମ୍, ଜୁମ୍ବା, ଯୋଗ ଆଦି ଅନେକ କାର୍ଯ୍ୟକ୍ରମ ଉପସ୍ଥାପନ କରାଯାଇଛି।ଶେଷରେ ଚେୟାରମେନ ଶ୍ରୀ ବିଶ୍ୱରଂଜନ ବଡ଼ଜେନା ପୁଣି ଆଗାମୀ ଜାନୁଆରୀ ମାସ ତୃତୀୟ ରବିବାର ପାଇଁ ଅନୁରୋଧ କରିଥିଲେ କି ସମସ୍ତେ ସଂଯୋଜକ ଡଃ ରୁଷି ପଟ୍ଟନାୟକ ଙ୍କୁ ସାହାଯ୍ୟ ସହଯୋଗ କରିପାରିବେ ଏବଂ ନାମ ଦେଇ ରେଜିଷ୍ଟ୍ରେସନ କରିବା ପାଇଁ, ଜନସାଧାରଣ ଅନୁରୋଧ କୁ ରକ୍ଷା କରି ଆଉ ସମାଗମକୁ ଲକ୍ଷ୍ୟ କରି ଅଧ୍ୟକ୍ଷ ଜଟଣୀ ପଥ ଉତ୍ସବ ଏହାର ସମୟ ଏକ ଘଣ୍ଟା ବୃଦ୍ଧି କରିଥଲେ। ପରିଚାଳନାରେ ସବୀୟ ଦାସ ଅନେକ ସହଜୋଗ କରିଥଲେ। ଶେଷରେ ମୁଖ୍ୟ ଅତିଥି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀ ତ୍ରିନାଥ ସାମନ୍ତରାୟ ଙ୍କୁ ସମ୍ବର୍ଦ୍ଧିତ କରିଥଲେ