ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ଗଞ୍ଜାମ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ଅଧ୍ଯକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଅଶାନ୍ତ କୁମାର ଦାସଙ୍କ ତତ୍ତ୍ଵାବଧାନରେ ସଚେତନତା ଦିବସ ପାଳିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଜିଲ୍ଲା କୋର୍ଟ ପରିସର ରେ ସଚେତନତା ଦିବସ ପାଳନ ହୋଇଯାଇଛି । ଯେଉଁଥିରେ (ସୁପ୍ରିମ କୋର୍ଟ ବିଧିକ ଅନୁବାଦ ସଫ୍ଟୱେର୍) ମାଧ୍ୟମରେ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ସୁପ୍ରିମକୋର୍ଟଙ୍କ ରାୟର ଇଂରାଜୀରୁ ଆଞ୍ଚଳିକ ଭାଷାରେ ଅନୁବାଦ,ଓଡ଼ିଶା ହାଇକୋର୍ଟ ଭିଡିଓ କନଫରେନ୍ସିଂ ଫର୍ କୋର୍ଟ୍ସ ନିୟମ, ୨୦୨୦ ର ଲାଭ, ନ୍ୟାୟିକ ଅଧିକାରୀମାନଙ୍କ ପାଇଁ ଉପଲବ୍ଧ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ସୁବିଧା ଏବଂ ମାନ୍ୟବର ଓଡ଼ିଶା ହାଇକୋର୍ଟର ସିଭିଲ୍ ପ୍ରୋସିଜିଓର ନିୟମ, ୨୦୦୭ ଏବଂ ସିଭିଲ୍ ପ୍ରୋସିଜିଓର ମଧ୍ୟସ୍ଥତା ନିୟମ, ୨୦୦୭ ବିଷୟ ଉପରେ ଆଇନଗତ ସଚେତନତା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଦାସ,ସିନିଅର ସିଭିଲ ଜଜ୍ ମୂଷାରତ ଜହୀନ ଏବଂ ସଚିବ ଶ୍ରୀ ନାୟକ ଉପସ୍ଥିତ ରହି ଉପରିସ୍ଥ ସମସ୍ତ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ନାୟକ ପରିଚାଳନା କରିଥିବା ବେଳେ ବହୁ ବିଚାର ବିଭାଗୀୟ ଅଧିକାରୀ, ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ ।