ପୂର୍ବତଟ ରେଳପଥ କ୍ରୀଡା ସଂଘ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଦ୍ୱାରା ଖୋର୍ଦ୍ଧା ରୋଡରେ “ସଣ୍ଡେ ଅନ୍ ସାଇକେଲ ସାଇକ୍ଲୋଥନ ୨୦୨୫” ଆୟୋଜିତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଫିଟ୍ ଇଣ୍ଡିଆ ଅଭିଯାନର ଏକ ଅଂଶ ଭାବରେ ପୂର୍ବତଟ ରେଳପଥ କ୍ରୀଡା ସଂଘ (ଇକୋର୍ସା) ଦ୍ୱାରା 21 ଡିସେମ୍ବର 2025 ତାରିଖରେ “ସଣ୍ଡେ ଅନ୍ ସାଇକେଲ – ସାଇକ୍ଲୋଥନ 2025” ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ରେଳୱେ କର୍ମଚାରୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ସୁସ୍ଥ ଜୀବନଶୈଳୀ ଏବଂ ପରିବେଶ ସଚେତନତାକୁ ପ୍ରୋତ୍ସାହନ ଦେବା ।ଏହି ସାଇକ୍ଲୋଥନକୁ ରେଳମଣ୍ଡଳର ଅତିତିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ସୁଭ୍ରଜ୍ୟୋତି ମଣ୍ଡଳ ଙ୍କ ଦ୍ୱାରା ଏବଂ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ-ତଥା-କ୍ରୀଡା ଅଧିକାରୀ, ଖୋର୍ଦ୍ଧା ରୋଡ୍ ଶ୍ରୀ ଅନିଲ କୁମାର ଏସ୍‌ ଓ ଅନ୍ୟାନ୍ୟ ବରିଷ୍ଠ ରେଳ ଅଧିକାରୀଙ୍କ ଉପସ୍ଥିତିରେ ଉଦଘାଟନ (ଫ୍ଲାଗ୍‌ ଅଫ୍‌) କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଂଶଗ୍ରହଣକାରୀ ଉତ୍ସାହର ସହିତ ଯୋଗ ଦେଇଥିଲେ ଯାହା ଶାରୀରିକ ସୁସ୍ଥତା, ସ୍ୱାସ୍ଥ୍ୟ ଓ ସସ୍ଥାୟୀ ପରିବହନ ମାଧ୍ୟମ ପ୍ରତି ରେଳୱେର ଅଟୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଏହି ଆୟୋଜନ ମାଧ୍ୟମରେ ନିୟମିତ ଶାରୀରିକ କ୍ରିୟାକଳାପକୁ ଉତ୍ସାହିତ କରିବା ସହିତ ଏକ ସୁସ୍ଥ ଓ ଫିଟ୍ ଇଣ୍ଡିଆ ଜାତୀୟ ଦୃଷ୍ଟିକୋଣକୁ ସମର୍ଥନ କରାଯାଇଥିଲା ।ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଇକୋର୍ସା ମାଧ୍ୟମରେ ନିଜ କର୍ମଚାରୀ ଓ ସମାଜର ସାର୍ବଜନୀନ ମଙ୍ଗଳାର୍ଥେ କ୍ରୀଡା, ସୁସ୍ଥତା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ପଦକ୍ଷେପଗୁଡ଼ିକୁ ଲାଗାତାର ଭାବେ ପ୍ରୋତ୍ସାହନ ଦେଇ ଆସୁଛି ।

You might also like
error: Content is protected !!