ଜଟଣୀରେ ପଥ ଉତ୍ସବ ର ମଜା ନେଉଛନ୍ତି ଜଟଣୀ ବାସି

ଖୋର୍ଦ୍ଧ,(ସଞ୍ଜୀବ କୁମାର):-

ଶୀତୁଆ ସକାଳ ରେ ପ୍ରଥମ କରି ଜଟଣୀରେ ପଥ ଉତ୍ସବ ର ମଜା ନେଉଛନ୍ତି ଜଟଣୀ ବାସି।ହରିଭାଇନା ଛକ ଠାରୁ ଥାନା ଛକ ପର୍ଯ୍ୟନ୍ତ ଲୋକଙ୍କର ଲାଗିଛି ଭିଡ଼।ପଥ ଉତ୍ସବ ରେ ସାମିଲ ହେଇଛନ୍ତି ବିଭିନ୍ନ ବର୍ଗର ଲୋକ ଙ୍କ ସହିତ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ।ଝୋଟି, ଯୋଗ, ସ୍କଟିଙ୍ଗ, ବାସ୍କେଟ ବଲ ଭଳି ବିଭିନ୍ନ ଖେଳ ସହିତ ଷ୍ଟେଜରେ ପରିବେଷଣ ହେଉଥିବା ସୁମଧୁର ସଂଗୀତ ରେ ଝୁମୁଛନ୍ତି ଲୋକ।ଯେହେତୁ ରବିବାର ରହିଛି ବେସ୍ତ ବହୁଳ ଜୀବନ ରୁ କିଛି ସମୟ ବାହାର କରି ପଥ ଉତ୍ସବ ରେ ସାମିଲ ହେଇଛନ୍ତି ସରକାରୀ ଓ ବେସରକାରୀ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀ।

You might also like
error: Content is protected !!