ବାଲିଗୁଡା: ୨୧/୧୨ (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ବଡଦିନ ଉତ୍ସବ ପାଳନ ନିମନ୍ତେ ସ୍ଥାନୀୟ ପୋଲିସ ପ୍ରଶାସନ ର ବାଲିଗୁଡାରେ ଫ୍ଲାଗ ମାର୍ଚ୍ଚ l ଗତକାଲି ସନ୍ଧ୍ୟା ସମୟରେ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭମ୍ ଭୋସଲେ, ଆଇଆଇସି ବାଲିଗୁଡା ସମ୍ବିତ ସ୍ୱାଇଁ ଙ୍କ ସମେତ ପୁଣି ଅନ୍ୟ ପ୍ରଶାସନ ବାଲିଗୁଡା ସହର ଓ ବାରଖମା ପରିଭ୍ରମଣ କରି ଚଳିତ ବର୍ଷ ବଡଦିନ କିପରି ଶାନ୍ତି ଶୃଙ୍ଖଳା ର ସହିତ ପାଳନ ହେବ ସେ ସମ୍ପର୍କରେ ଫ୍ଲାଗ ମାର୍ଚ୍ଚ କରିବାର ଦେଖିବାକୁ ମିଳିଥିଲା lବଡଦିନ ଯେତିକି ପାଖେଇ ଆସୁଛି ବଜାର, ହାଟ, ଦୋକାନ ସେତିକି ଭିଡ ଦେଖିବାରେ ମିଳୁଛି l ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ନିଜ ନିଜ ଘର ସହିତ ଗୀର୍ଜା ଘର ଗୁଡିକ ସାଜସଜା କରି ରଙ୍ଗୀନ କରିବା ସହ ଆଲୋକମାଳାରେ ସୁନ୍ଦର ଦେଖାଯାଉଛି lଏହି ଉତ୍ସବକୁ ଶାନ୍ତି ପୂର୍ଣ୍ଣ ଭାବରେ ଯେପରି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାଇ ଭଉଣୀ ମାନେ ପାଳନ କରିପାରିବେ ସେଥିପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ସୁରକ୍ଷା ଉପରେ କଡାକଡ଼ି ଦୃଷ୍ଟି ରଖିଥିବା ବାଲିଗୁଡା ଏସଡିପିଓ କହିଛନ୍ତି l