ବାଲିଗୁଡ଼ାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ବାଲିଗୁଡା: ୨୧/୧୨ (ସୁକାନ୍ତ କୁମାର ତ୍ରିପାଠୀ) ବାଲିଗୁଡା, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ତିନି ଦିନିଆ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୫ ଉଦଘାଟିତ ହୋଇଯାଇଛି। ବାଲିଗୁଡ଼ା ଉପଖଣ୍ଡ ଥିବା ସମସ୍ତ ବ୍ଲକର କୃଷି ବିଭାଗ ଅଧିକାରୀଙ୍କୁ ନେଇ ଏହି ମେଳା ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ପ୍ରଣିତା ଦାସ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ଚିତ୍ତରଞ୍ଜନ ଶତପଥୀ, ବାଲିଗୁଡ଼ା କୃଷି ଅଧିକାରୀ ସୀତାକାନ୍ତ ରାଉତ, ଫୁଲବାଣୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ଦାସ, କୃଷି ଅଧିକାରୀ ଜି.ଉଦୟଗିରି ସୁଶ୍ରୀ ସୁନିତା ମିଶ୍ର,

ବାଲିଗୁଡ଼ାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତବାଲିଗୁଡ଼ାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତବାଲିଗୁଡ଼ାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତବାଲିଗୁଡ଼ାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତବାଲିଗୁଡ଼ାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତବାଲିଗୁଡ଼ାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ବାଲିଗୁଡ଼ା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ , ଲମ୍ବୋଦର ମହାପାତ୍ର, ବାଲିଗୁଡ଼ା ବ୍ୟାଙ୍କ ମ୍ୟାନେଜର ଅକ୍ଷୟ କୁମାର ବେହେରା ଓ ବିଭିନ୍ନ ବ୍ଲକରୁ ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହି ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉପଖଣ୍ଡର ବିଭିନ୍ନ ଅଞ୍ଚଳ ଚାଷୀ ମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା କୃଷି ଉପରେ ଚାଷୀଙ୍କ ପାଇଁ ଜନ ହିତକାରୀ ଯୋଜନା ସମ୍ପର୍କରେ ଉପସ୍ଥିତି ଅତିଥି ମାନେ ଚାଷୀଙ୍କୁ ଅବଗତ କରାଇଥିଲେ। ଏହି କୃଷି ମେଳା ୨୦ତାରିଖ ଠାରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା କୃଷି ଅଧିକାରୀ ସୂଚନା ଦେଇଛନ୍ତି।

You might also like
error: Content is protected !!