ଦିଗପହଣ୍ଡି, ଜଗନ୍ନାଥ ନାୟକ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁରୁ ଗ୍ରାମସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟରୋ,ରୋପ୍ୟଜୟନ୍ତି ସମାରହ ପାଳନ ଅବସରରେ. ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଶିଶୁ ମନ୍ଦିର ପରିଚାଳନା ସମିତି ଓ ଆନ୍ଧ୍ରପ୍ରଦେଶ ପଲାସା ସ୍ଥିତ ପ୍ରାଣଦାତ ରକ୍ତ କେନ୍ଦ୍ରର ମିଳିତ ଅନୁକୁଲ୍ୟରେ, ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ ଅବସରପ୍ରାପ୍ତ ଫାର୍ମାସିଷ୍ଟ, ପି. କାମରାଜୁ ଓ ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ଡ଼.କୃର୍ଷ୍ଣଚନ୍ଦ୍ର ଦାଶ, ବିଦ୍ୟାଳୟର ସମସ୍ତ ଆଚ଼ାର୍ଯ୍ୟଆଚ଼ାର୍ଯ୍ୟା, ବିଦ୍ୟାମନ୍ଦିରର କର୍ମଚାରୀବୃନ୍ଦ ପୂର୍ବତନ ଛାତ୍ରଛାତ୍ରି ଙ୍କ ମିଳିତ ଅନୁକୁଲ୍ୟରେ ବିଦ୍ୟାମନ୍ଦିର ପ୍ରତିଷ୍ଠାତା,ଡ଼.କୃର୍ଷ୍ଣଚନ୍ଦ୍ର ଦାସ ପ୍ରଦୀପ ପ୍ରଜ୍ଵଳନ କରିଥିଲେ।ଶିବିରରେ ବିଦ୍ୟାମନ୍ଦିର ପ୍ରତିଷ୍ଠାତା ତାଙ୍କ ସମେତ ବହୁ ସଙ୍ଖ୍ୟକ ଆଚାର୍ଯ୍ୟ, ଆଚ଼ାଯ୍ୟା ଅଭି ବାବକ ପୂର୍ବତନ ଛାତ୍ରଛାତ୍ରି ବୃନ୍ଦଉପସ୍ଥିତ ରହି ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ ପ୍ରାଣଦାତ ରକ୍ତଦାନ କେନ୍ଦ୍ରପକ୍ଷ୍ୟରୁ ଶିବିର ଶେଷରେ ରକ୍ତଦାନ ଉପକାରିତା ଓ ଆବଶ୍ୟକତା ସମ୍ପକରେ ସଚ଼େତନ ସଭା ଅନୁଷ୍ଠିତ ହୋଇଥିଲା।
