ବ୍ରହ୍ମପୁର(ରାଜେନ୍ଦ୍ର ସାହୁ)
ସ୍ଥାନୀୟ ମହାତ୍ମାଗାନ୍ଧୀ ଷ୍ଟାଡିୟମ,ଠାରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ଦୌଡକୁଦ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଗତ ୧୩ ତାରିଖ ଠାରୁ ପ୍ରତିଯୋଗିତା ଆରମ୍ଭ ହୋଇଥିଲା l ପ୍ରତିଯୋଗିତା ରେ ଏକ ହଜାରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲା କ୍ରୀଡା ଆସୋସିଏସନ୍ ସାଧାରଣ ସମ୍ପାଦକ ଜେ. କାମେଶ୍ୱର ରାଓ ଏହାକୁ ସଂଯୋଜନା କରିଥିଲେ l ଉଦଯାପନୀ ଉତ୍ସବରେ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ସ୍ୱାଇଁ ଓ ଇଁ କୁନାଲ କୌଶିକ ପଣ୍ଡା ଉପସ୍ଥିତ ଥିଲେ l ଗଞ୍ଜାମ ଜିଲ୍ଲା କ୍ରୀଡା ସଂଘ ସଦସ୍ୟ କେଦାର ଚୌଧୁରୀ, ଡି. ଆପା ରାଓ, ରାଜେନ୍ଦ୍ର ଗନ୍ତାୟତ,ଡି. ଡି ଗନ୍ତାୟତ, ଏଲ. କେ ରାଓ ରେଡି,ବିଜୟ ପଟନାୟକ,ନାରାୟଣ ନାୟକ ଯୋଗଦେଇଥିଲେ। କ୍ରୀଡ଼ା ପରିଚାଳନlରେ ପ୍ରମୋଦ ମହାରଣା,ରାଜେନ୍ଦ୍ର ସାହୁ,ଗୋପାଳ ପଣ୍ଡା, ସୁଦର୍ଶନ ସେଠି,ଟୁକୁ ସେଠି, ରବୀନ୍ଦ୍ର ମହାରଣା,ବିଶ୍ୱନାଥ ପାତ୍ର ଏବଂ ଟି ଶ୍ରୀନିବାସ ଯୋଗ ଦେଇଥିଲେ l