ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ)

ଜିଲ୍ଲା କୋର୍ଟ ପରିସର ଏଵଂ ଜିଲ୍ଲାର ସମସ୍ତ କୋର୍ଟରେ ୪ତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି l ୧୫,୪୯୩ଟି ମାମଲାର ଆଶୁ ସମାଧାନ ହୋଇ ମୋଟ ୧୪,୫୯,୬୧,୩୮୬ଟଙ୍କା ପ୍ରଦାନ ପାଇଁ ଆଦେଶ ହୋଇଛି l ଜିଲ୍ଲା ଦୌରା ଜଜ୍ ଅଶାନ୍ତ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରିଥିଲେ l ୪୯ଟି ମୋଟର ଦୁର୍ଘଟଣା ମାମଲାର ସମାଧାନ ହୋଇ ମୋଟ ୩୪,୯୯୯,୦୦୦ଟଙ୍କା ପ୍ରଦାନ କରିବା ପାଇଁ ଆଦେଶ ହୋଇଛି l ୫୩ଟି ଏନ ଆଇ ମାମଲାର ସମାଧାନ ହୋଇ ୫,୨୨,୪୬,୩୨୧ଟଙ୍କା ପୁନରୁଦ୍ଧାର ହୋଇଛି l ୬୪ଟି ବିବାହ ସମ୍ବନ୍ଧୀୟ ମାମଲାର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ହୋଇଛି l ୪୧ଟି ବ୍ୟାଙ୍କ୍ ମାମଲାର ସମାଧାନ ହୋଇ ମୋଟ ୧,୮୮,୭୯,୩୫୭ଟଙ୍କା ଆଦାୟ କରାଯାଇଛି l ଦେୱାନି ମାମଲାର ୧୦୧ଟି ସମାଧାନ ହୋଇ ମୋଟ ୨,୬୭,୭୦,୫୮ଟଙ୍କା ଆଦାୟ ହୋଇଛି l ୧୩,୫୧୪ଟି ରାଜସ୍ୱ ମାମଲାର ସମାଧାନ ହୋଇ ୫,୬୫,୯୧୮ଟଙ୍କା ଆଦାୟ କରାଯାଇଛି l ୫୭ଟି ଫୌଜଦାରୀ ମାମଲାର ସମାଧାନ ହୋଇ ପାରିଛି l ୪୪୧ଟି ଟିପିଏସଓଡିଏଲ୍ ମାମଲାର ସମାଧାନ ହୋଇ ୬୬,୬୯,୨୨୫ଟଙ୍କା ସଂଗ୍ରହ କରାଯାଇଛି l ସେହିପରି ୯ଟି ଲୋକ ଉପଯୋଗୀ ସେବା ମାମଲାର ସମାଧାନ ହୋଇ ୨୩,୮୩,୧୯୨ଟଙ୍କା ଆଦାୟ କରାଯାଇଛି l ଅନ୍ୟାନ୍ୟ ମାମଲା ୧୦୮୭ଟି ସମାଧାନ ହୋଇ ପାରିଛି l ୨ୟ ଏମଏସିଟି ସଦସ୍ୟ ବିଶ୍ୱଜିତ୍ ଦାଶ, ୧ମ ଏଡିଜେ ନରେଶ ମହାନ୍ତି,୨ୟ ଏଡିଜେ ଆୟୁଷ୍ମାନ ମହାନ୍ତି, ,୩ୟ ଏଡିଜେ ଶ୍ରୀ ଗୌତମ,ରେଜିଷ୍ଟ୍ରାର୍ ସୌଦାମିନୀ ସିଂ, ଡିଏଲଏସଏ ସଂପାଦକ ବି ନାୟକଙ୍କ ସମେତ ବିଚାରପତି ,ବରିଷ୍ଠ ଆଇନଜୀବୀ ଟି କେ ରେଡ୍ଡୀ ଓ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ l

You might also like
error: Content is protected !!