ଜଟଣୀ ପଥ ଉତ୍ସବର ମଞ୍ଚ ପୁଜା

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଜଟଣୀ ରେ ଡିସେମ୍ବର ୨୧ତାରିଖ ରେ ହବାକୁ ଥିବା ପ୍ରଥମ ପଥ ଉତ୍ସବ ର ଆଜି ମଞ୍ଚ ପୁଜା ମୋହା ଆଡମ୍ବର ସହକାରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ତଥା ସମାଜ ବିଜ୍ଞାନୀ ଡଃ.ରୁଷି ପଟ୍ଟନାୟକ ଙ୍କ ନେତୃତ୍ଵ ରେ ପାଳନ କରାଯାଇଛି। ପଥ ଉତ୍ସବ ର ଅଧ୍ୟକ୍ଷ ତଥା ଖୋରଧା ଜିଲା ବିଜେପି ସଭାପତି ଶ୍ରୀ ବିଶ୍ୱରଂଜନ ବଡ଼ଜେନା ଆଉ ଜଟଣୀ ବିକାଶ ପରିଷଦର ସଭାପତି ଶ୍ରୀ ସୁଦର୍ଶନ ସୁନ୍ଦରାୟ କର୍ତ୍ତା ରୂପରେ ବସି ଶୁଭ ନଡ଼ିଆ ବାଡେଇ ମଞ୍ଚ ପୁଜା କାମ କରିଥିଲେ। ଅଧ୍ୟକ୍ଷ ଶ୍ରୀଯୁକ୍ତ ବଡ଼ଜେନା ଉପସ୍ଥିତି ଥିବ ସମସ୍ଥ ଙ୍କୁ ବହୁ ମାତ୍ରା ରେ ସଂଯୋଗ କରି ସଫଳ କରିବା ପାଇଁ ଅନୁରୋଧ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜଟଣୀ ଆଇ.ଆଇ. ସି ଶ୍ରୀ ଷ୍ଟ।ଲିନ ବିଶ୍ଵାଳ, ଅଗ୍ନିଶ୍ରମ ଅଧିକାରୀ ଶ୍ରୀ ଲକ୍ଷ୍ମଣ ବେହେରା, ବିକାଶ ପରିଷଦର କୈଳାଶ ଚନ୍ଦ୍ର ମହାପାତ୍ର, ରାଜୁ ପଟ୍ଟନାୟକ, ଭୁବନେଶ୍ଵର ସାଂସଦ ଙ୍କ ପ୍ରତିନିଧି ସତୀଶ ଶର୍ମା, ମହିଳା ମୋର୍ଚ୍ଚା ସଭାପତି ନିରୁପମା କର, ମଣ୍ଡଳ ସଭାପତି ତିରୁପତି ଶତପଥି ଯୁବମୋର୍ଚ୍ଚା ସଭାପତି ସବ୍ୟସାଚୀ ଦାସ, ରେଳବାଇ ତରଫରୁ କେ.ସୂର୍ଯ୍ୟ ଭାସ୍କର ଓ ସଂଯୁକ୍ତ ପଟ୍ଟନାୟକ, ରବି ସାହୁ , ରଶ୍ମିରଞ୍ଜନ ଦାସ, ବିଘ୍ନେଶ ପଟ୍ଟନାୟକ ପ୍ରମୁଖ ଯୋଗା ଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥଲେ।

You might also like
error: Content is protected !!