ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ସ୍ଥାନୀୟ ଗଞ୍ଜାମ କଳା ପରିଷଦ ପରିସରରେ ରାଜ୍ୟ ଘରୋଇ ବିଦ୍ୟାଳୟ ଶିକ୍ଷା ଏବଂ କର୍ତ୍ତୃପକ୍ଷ ମହାସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକକୁ ସଭାପତି ରଘୁନାଥ ସାହୁ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକାରି ସଭାପତି ପ୍ରଶାନ୍ତ ମହାପାତ୍ର ଓ ସଂଗଠନ ସମ୍ପାଦକ ଲକ୍ଷ୍ମଣ ରାଓ ଆଚାରୀ ଉପସ୍ଥିତ ଥିଲେ। ସଭାପତି ଶ୍ରୀ ସାହୁ ଉପସଭାପତି ରାଜୁ ପାଢୀ,କାଯ୍ୟକାରୀ ସଭାପତି ପ୍ରଶାନ୍ତ ମହାପାତ୍ର,ସାଧାରଣ ସଚିବ ଅମ୍ବରିଶ ମିଶ୍ର,ସଂଗଠନ ସଂପାଦକ ଲକ୍ଷ୍ମଣ ରାଓ ଆଚାରୀ,ଉପଦେଷୣ। ସିମାଞ୍ଚଳ ବେହେରା,ଉପଦେଷ୍ଟା ଶରତ କୁମାର ପଟ୍ଟନାୟକ,ସଭାପତି କଟକ ରେଞ୍ଜ ଶରତ ଚନ୍ଦ୍ର ସାମନ୍ତ,ସନଡ କୁମାର ବେହେରା,ରାଜ୍ୟର ବିଭିନ୍ନ ବ୍ଲକ ଓ ଜିଲ୍ଲାରୁ ଆସିଥିବା ସଦସ୍ୟମାନେ ଏଥିରେ ଅଂଶଗ୍ରହଣ କରିଥିଲେ l ନୂତନ କାର୍ଯ୍ୟକର୍ତ୍ତା ଚୟନ ଏବଂ ଘରୋଇ ବିଦ୍ୟାଳୟ ସମ୍ପର୍କୀୟ ବିଭିନ୍ନ ସମସ୍ୟା ଓ ପ୍ରସ୍ତାବ ଉଠିଥିଲା। ଘରୋଇ ବିଦ୍ୟାଳୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା, ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା ଓ ଛାତ୍ରଛାତ୍ରୀଙ୍କ ସୁନ୍ଦର ଶିକ୍ଷା ପରିବେଶ ସୃଷ୍ଟି କରିବା ନେଇ ଆଲୋଚନା ହୋଇଛି l ରାଜ୍ୟ ଘରୋଇ ବିଦ୍ୟାଳୟ ଶିକ୍ଷକ ଏବଂ କର୍ତ୍ତୃପକ୍ଷ ମହାସଂଘର ନୂତନ ସଭାପତି ରୂପେ ଗୁରୁକୁଳ ଆନ୍ତର୍ଜାତୀୟ ଇଂରାଜୀ ମାଧ୍ଯମ ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଶାନ୍ତ ମହାପାତ୍ର ଦାୟିତ୍ବ ଭାର ଗ୍ରହଣ କଲେ। ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ନୂତନ ଭାବେ ନିଯୁକ୍ତ ସଭାପତି ଶ୍ରୀ ମହାପାତ୍ରଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ଅଭିବାଦନ ଜଣାଇଥିଲେ। ଗୁରୁ କୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ବିଦ୍ୟାଳୟର ପ୍ରଧାନଶିକ୍ଷକ,ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ମହାପାତ୍ରଙ୍କୁ ଅଭିବାଦନ ଜଣାଇ ଥିଲେ।