ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ସ୍ଥାନୀୟ ଟାଉନହଲ ସ୍ରଷ୍ଟା ପରିସରରେ ତ୍ରୟୋବିଂଶତିତମ ପୁସ୍ତକମେଳା ଉଦଘାଟିତ ହୋଇଯାଇଛି l ପୁସ୍ତକ ମେଳା କମିଟିର କାର୍ଯ୍ୟକାରୀ ସଭାପତି ଜବାହରଲାଲ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସେହିପରି ମୁଖ୍ୟ ଅତିଥି ଭାବେ ଉତ୍କଳ ସଂସୃତି ବିଶ୍ୱବିଦ୍ୟାଳୟ କୁଳପତି ଡ଼ ପ୍ରସନ୍ନ କୁମାର ସ୍ୱାଇଁ, ସମ୍ମାନିତ ଭାବେ ବେଗୁନିଆ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ଡ଼ ପ୍ରସନ୍ନ କୁମାର ସ୍ୱାଇଁ ଯୋଗଦେଇଥିଲେ l ପୁସ୍ତକ ମେଳା କମିଟି ପକ୍ଷରୁ ଡ଼ ଶଶୀ ରଥ ବିବରଣୀ ପଠନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଅନ୍ୟମାନଙ୍କ ମଧ୍ୟରେ ଡ ସୁଶାନ୍ତ ରାଉତ, ଆଇନଜୀବି ଶୁଶାନ୍ତ କୁମାର ସୁବୁଦ୍ଧି,କ୍ଷୀରୋଦ କୁମାର ନନ୍ଦ,ଡ ସୁକାନ୍ତି ମହାପାତ୍ର, ଆଦିନାରାୟଣ ଖଣ୍ଡୁଆଳଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ l ଶେଷରେ ଡ ରଶ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ହୃଦରୋଗ ବିଶେଷଜ୍ଞ ଡ ରିତେଶ ଆଚାର୍ଯ୍ୟ ଙ୍କୁ ଜଟଣୀ ପୁସ୍ତକମେଳା ସମ୍ମାନରେ ସମ୍ମାନିତ କରାଯାଇଥିଲା l