ଲେହେରସ ସ୍ମାର୍ଟ କ୍ରିଜି ସ୍କୁଲର ପ୍ରଥମ ବାର୍ଷିକଉତ୍ସବ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଲେହେରସ ସ୍ମାର୍ଟ କ୍ରିଜି ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ବ୍ରହ୍ମପୁର ଗୋପାଳକୃଷ୍ଣ ରଙ୍ଗମାଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଡ଼.ସରିତା ଦାସ ସଂମ୍ମାନିତ ଅତିଥି ରୂପେ ହେଣ୍ଡବଲ ଆସୋସିଏସନ ଉପସଭାପତି ସୁରେଶ ଚନ୍ଦ୍ର ପାଢ଼ୀ,ମୁଖ୍ୟ ବକ୍ତା ପି. ସୁଜାତା ରାଣୀ ପଣ୍ଡା ସଂମ୍ମାନିତ ଅତିଥି ରୂପେ ସଵାଜସେବୀ ରାଜେଶ କୁମାର ସାହୁ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରଜୁ ମହାରଣ ଓ ସ୍କୁଲ ଅଧକ୍ଷା ସୁଜ୍ଞାନୀ ଆଚାର୍ଯ୍ୟ ଉପସ୍ଥିତ ରହି ଉଦଘାଟନ କରିଥିଲେ।ସ୍କୁଲ ଛାତ୍ରଛାତ୍ର ମାନେ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏହି ସ୍କୁଲ ଦ୍ୱାରା ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗିତା ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରାଯାଇଥିଲା ।ସ୍କୁଲର ଛାତ୍ର ଛାତ୍ରଛାତ୍ରୀଙ୍କ ମା ମାନଙ୍କ ଦ୍ୱାରା ଏକ ରେମ୍ପ ସୋ ପ୍ରତିଯୋଗିତା ହୋଇଥିଲା ।ଉତ୍ସବରେ ଛାତ୍ରଛାତ୍ରୀମାନେ ଓଡିଶୀ ନୃତ୍ୟ, ଆଧୁନିକ ନୃତ୍ୟ, ସଙ୍ଗୀତ, ନାଟକ, ଯୋଗ ପ୍ରଦର୍ଶନ, ଫ୍ୟାନ୍ସି ଡ୍ରେସ୍ ଓ ଦେଶଭକ୍ତିକ ନୃତ୍ୟ ପରିବେଷଣ କରି ପ୍ରେକ୍ଷକମାନଙ୍କୁ ଆକର୍ଷିତ କରିଥିଲେ। ଛୋଟ ଛୋଟ ଛୁଆମାନଙ୍କ ବିଭିନ୍ନ ନୃତ୍ୟ ପ୍ରେକ୍ଷକ ମାନଙ୍କ ମନକୁ ଛୁଇଁଯାଇଥିଲା।ସ୍କୁଲ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଞ୍ଚରୁ ଅତିଥିମାନେ ପୁରସ୍କାର ବଣ୍ଟନ କରିଥିଲେ।।ଉତ୍ସବର ବିଶେଷ ଆକର୍ଷଣ ହେଲା ଛାତ୍ରଛାତ୍ରୀଙ୍କ ମାମାନଙ୍କ ଦ୍ୱାରା ଆୟୋଜିତ “ରେମ୍ପ ସୋ ପ୍ରତିଯୋଗିତା”। ମାମାନେ ପରମ୍ପରାଗତ ଓ ଆଧୁନିକ ପୋଷାକରେ ମଞ୍ଚରେ ନିଜର ଆତ୍ମବିଶ୍ୱାସ ଓ ସ୍ୱାଭିମାନକୁ ପ୍ରଦର୍ଶନ କରିଥିଲେ।କାର୍ଯ୍ୟକ୍ରମର ଶେଷରେ ସ୍କୁଲ ପକ୍ଷରୁ ସମସ୍ତ ଅଭିଭାବକ, ଶିକ୍ଷକ, ଅତିଥି ଓ ସ୍ଥାନୀୟମାନଙ୍କୁ ଧନ୍ୟବାଦ ଜଣାଯାଇଥିଲା। ସ୍କୁଲର ଦୃଷ୍ଟିଭଙ୍ଗୀ“ଶିକ୍ଷା ସହ ସଂସ୍କାର” କୁ ଆଗାମୀ ଦିନରେ ଆହୁରି ଦୃଢକରିବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରାଯାଇଥିଲା।

You might also like
error: Content is protected !!