ବ୍ରହ୍ମପୁର,(ବିଚିତ୍ର ସାହୁ):-
ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ,ଗଞ୍ଜାମ ଜିଲ୍ଲା ଶାଖାର ର ଏକ ବୈଠକ ଜିଲ୍ଲା ସଭାପତି ପ୍ରଦୀପ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ସର୍ବଭାରତୀୟ ରାଜ୍ଯ ପେନସନର୍ସ ଫେଡେରେସନ ର ଆହ୍ଵାନ କ୍ରମେ ଆସନ୍ତା 17/12 ଦିନ ସମଗ୍ର ଦେଶର ପ୍ରତି ଜିଲ୍ଲାରେ ପେନସନ ଦିବସ ପାଳନ କରାଯିବା ନିଷ୍ପତ୍ତି ପ୍ରକାରେ ଗଞ୍ଜାମ ଜିଲ୍ଲା ତରଫରୁ ସ୍ତାନୀୟ NGO ହଲ୍ ଠାରେ ଦିବା 10 ଘଣ୍ଟା ସମୟରେ ପେନସେନର୍ସ ଦିବସ ଆୟୋଜିତ କରାଯିବା ପାଇଁ ସ୍ଥିର କରାଗଲା lଉକ୍ତ ବୈଠକରେ କେନ୍ଦ୍ର ସରକାରଙ୍କ ଗତ ଅର୍ଥ ବିଲ ପାରିତ ସମୟରେ ଭ୍ୟାଲିଡ଼ସନ ଆକ୍ଟ ମାଧ୍ୟମରେ ପୁରୁଣା ପେନ୍ସନ (ଓ ପି ଏସ)ପ୍ରାପ୍ୟ ଗୁଡିକୁ ସଙ୍କୁଚିତ କରିବା ନିଷ୍ପତ୍ତି କୁ ସମ୍ପାଦକ ଅଶୋକ କୁମାର ଦଳାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜେନ୍ଦ୍ର କୁମାର ପଣ୍ଡା, ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ଅଧ୍ୟକ୍ଷ କାମରାଜୁ ମହାରଣା,ଉପ ସଭାପତି ସୁବାଷ ଚନ୍ଦ୍ର ମିଶ୍ର, ସହ ସମ୍ପାଦକ ମିହିର କାନ୍ତ ମହାପାତ୍ର, ଲିଙ୍ଗରାଜ ସ୍ଵାଇଁ, ସମୀର ଆଚାର୍ଯ୍ଯ, ଇ. କରୁଣା କୁମାରୀ ଓ ରାଜ୍ୟ ସମ୍ପାଦକ ଶ୍ୟାମସୁନ୍ଦର ଖାଡ଼ଙ୍ଗା ନିଜ ନିଜ ବକ୍ତବ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ l ଆସନ୍ତା 18/12 ଦିନ ସର୍ବ ଭାରତୀୟ ଫେଡେରେସନ ର ନିଷ୍ପତ୍ତି କ୍ରମେ ଜିଲ୍ଲାପାଳ ଙ୍କ ଜରିଆରେ ଦାବିପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀ, ବିତ୍ତ ମନ୍ତ୍ରୀ ଓ ରାଜ୍ୟପାଳ ଙ୍କ ଦପ୍ତର କୁ ପ୍ରେରଣ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ଏକ ମୋଟର ସାଇକେଲ ରାଲିରେ ବ୍ରହ୍ମପୁର ଠାରୁ ଛତ୍ରପୁର ଯାଇ ଜିଲ୍ଲାପାଳଙ୍କୁ ଉକ୍ତ ଦାବି ପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି l ଜିଲ୍ଲାର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବା ନିମନ୍ତେ ଅନୁରୋଧ କରାଯାଇଛି l ପରିଶେଷରେ ଶ୍ରୀ ସୁବାସ ଚନ୍ଦ୍ର ମିଶ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l