ବାଲିଗୁଡା: ୦୬/୧୨ (ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ ଗଠନ କରିବା ନିମନ୍ତେ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଦାବିପତ୍ର ପ୍ରଦାନ ପୂର୍ବରୁ ଏକ ବିରାଟ ଶୋଭାଯାତ୍ରା ବାହାର କରାଯାଇଥିଲା l ଶୋଭାଯାତ୍ରା କଲ୍ୟାଣ ମଣ୍ଡପ ଠାରୁ ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇଥିଲା l ଶୋଭାଯାତ୍ରାରେ ନାରାବାଜି କରାଯିବା ସହ ହାତରେ ପ୍ଲାକାର୍ଡ ଏବଂ ବ୍ୟାନର ଧରିଥିଲେ ଗ୍ରାମବାସୀ l ବାରଖମା ପଞ୍ଚାୟତ ଓ ସିନ୍ଦ୍ରିଗାଁ ପଞ୍ଚାୟତର ଅନେକ ଗ୍ରାମକୁ ବଣପାହାଡ ଓ



ନଦୀନାଳରେ ଅଙ୍କାବଙ୍କା ଘାଟି ରାସ୍ତା ଅତିକ୍ରମ କରି ଯିବାକୁ ହୁଏ l ପ୍ରାୟ ୫କିମି ଘାଟି,ବଣପାହାଡ ନଦୀନାଳ ରାସ୍ତା ଅତିକ୍ରମ ପରି ହିତାଧିକାରୀ ଭତ୍ତା, ପିଡିଏସ ଚାଉଳ ପାଇଁ ପଞ୍ଚାୟତକୁ ଆସିଥାନ୍ତି l ଅଞ୍ଚଳରେ ରାସ୍ତାଏବଂ ଟେଲିଫୋନ ନେଟ୍ୱର୍କ ନାହିଁ lପଞ୍ଚାୟତକୁ ଉନ୍ନତି ନିମନ୍ତେ ଆସିଥିବା ଅନୁଦାନ ରାସ୍ତାଘାଟ, ପାନୀୟଜଳ ସୁବିଧା, ମୋବାଇଲ ନେଟୱାର୍କ ସୁବିଧା ସହ ବିଭିନ୍ନ କାର୍ଯ୍ୟର ବିକାଶ ହୋଇପାରୁନାହିଁl ପଞ୍ଚାୟତ ପାଖରେ ରହିଲେ ସରକାରଙ୍କ ବିଭିନ୍ନ ଯୋଜନା ଓ ଗାଁଗାଁରେ ବିକାଶ ହେବା ସହ ଲୋକେ ସମସ୍ୟା ଠିକ ଭାବେ ଜଣାଇପାରିବେ ବୋଲି କୁହାଯାଇଛିl ଏଥିପାଇଁ ବାରଖମାର ନାଡାପାଟାଙ୍ଗ ଓ ସିନ୍ଧିଗାଁର ମାଣିକୁଟି ନୂତନ ପଞ୍ଚାଯତ ଗଠନ କରାଯିବାକୁ ଦାବି କରାଯାଇଛିl