ବାରରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ଗଞ୍ଜାମ ଓକିଲ ସଂଘ ର ଅସ୍ଥାୟୀ ସମିଳନୀ କକ୍ଷ ରେ ଏକ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l ଗଞ୍ଜାମ ଓକିଲ ସଂଘ ପ୍ରଥମ ଥର ପାଇଁ କ୍ରିକେଟ ଚମ୍ପିୟାନ ହୋଇଥିବାରୁ ଗଞ୍ଜାମ ଜିଲ୍ଲା ଦୌରା ବିଚାରପତି ଅଶାନ୍ତ କୁମାର ଦାସ ସମସ୍ତ ଖେଳାଳି ଙ୍କୁ ଉପଢୌକନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି l ଅନ୍ୟ ଜଣେ ସଦସ୍ୟ ଉମା ଚରଣ ଶତପଥୀ ବଡି ବିଲଡିଙ୍ଗ ରେ ରିଫେରି କରିବା ପାଇଁ ଇଣ୍ଡୋନେସିଆ ଯାଇଥିବାରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏହି ଅବସରରେ ସମସ୍ତ ଦୌରା ବିଚାରପତି ଉପସ୍ଥିତ ଥିଲେ l ସଭାପତି ମନୋଜ ପଟ୍ଟନାୟକ ,ସମ୍ପାଦକ ଟି. ଭେଙ୍କେଟ ରାଓ,ଉପ-ସଭାପତି ତିରୁମଲ କୁମାର ରେଡ୍ଡୀ ଏବଂ ସହ ସମ୍ପାଦକ ଅସିତ କୁମାର ସାବତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଏହି ଅବସରରେ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ l

You might also like
error: Content is protected !!