ବାଲିଗୁଡା: ୩୦/୧୧/୨୫(ସୁକାନ୍ତ କୁମାର ତ୍ରିପାଠୀ)
କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହି ସ୍ଥିତ ସାଇ ପ୍ରଭୁଜି ଗ୍ଲୋବାଲ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଲଷଣ ପାଳ, ମୁଖ୍ୟ ବକ୍ତା ମହେଶ୍ୱର ମାଝୀ,ଶିକ୍ଷାବିତ ତୀର୍ଥବାସୀ ଘଡାଇ, ସମାଜସେବି ଯରବେଶ ଦିଗଲ, ପି ଟି ଏ ସଭାପତି ଦୀପକ କୁମାର ପଣ୍ଡା,ପ୍ରିନ୍ସିପାଲ ରବି ନାରାୟଣ ମିଶ୍ର, ବିଦ୍ୟାଳୟର ପ୍ରତିଷ୍ଠାତା ଇଂ ଅଭିଜୀତ ମିଶ୍ର ଯୋଗଦେଇ ଦୀପ ଧୂପ ପ୍ରଜ୍ଜଳନ କରି ଶ୍ରୀ ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ପୁଷମାଲ୍ୟାର୍ପଣ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ lସାଇ ପ୍ରଭୁଜି ଗ୍ଲୋବାଲ ସ୍କୁଲର ପ୍ରିନ୍ସପାଲ ଶ୍ରୀ ମିଶ୍ର ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଚାରିବର୍ଷ ମଧ୍ୟରେ ସ୍କୁଲରେ ଉନ୍ନତ ମାନର ଶିକ୍ଷା ସହ ଆଶାତିତ ଛାତ୍ରଛାତ୍ରୀ











ସଂଖ୍ୟା ବୃଦ୍ଧି ଏବଂ ନର୍ସରୀରେ ପଢ଼ୁଥିବା ଛାତ୍ର ଆଦିଭିକ ପାଢ଼ୀ, ଶିବାସଂ ମହାରଣା ଇଣ୍ଡିଆ ଵୁକ୍ ଅଫ ରେକର୍ଡ କରି ବିଦ୍ୟାଳୟ ପାଇଁ ଗୌରବ ଆଣି ପାରିଥିବା ବିଷୟ ହିଁ ସ୍କୁଲର ସଫଳତା ବୋଲି କହି ପାରିବା l ଦିବ୍ୟାଂଶୁ ପଟନାୟକ ଓପେନ ନାସନାଲ ଟାଇକୁଣ୍ଡ ଚାମ୍ପିୟାନ ସିପରେ ଗୋଲଡ ମାଡାଲ ପୁରସ୍କାର ପାଇଥିଲେ lସ୍କୁଲ ତରଫରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନ ପତ୍ର ସହ ପୁରସ୍କୃତ କରାଯାଇଥିଲା l ଶେଷରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ଏଥିରେ ସମସ୍ତ ଅଭିଭାବକଙ୍କ ସମେତ ସ୍କୁଲର ଇଂ. ଅଭିଜିତ ମିଶ୍ର,
ସରିତା ସାହୁ,ସୂଦୀପ୍ତା ନାୟକ, ବିଉଟି ବେହେରା, ଭବନି ବେବି, ଲଷ୍ମୀପ୍ରିୟା ପ୍ରଧାନୀ, ବିଜୁଳି ସାହୁ,ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ଓ ଶେଷରେ ଶ୍ରୀ ମିଶ୍ର ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l