ବନବାସୀ ସେବା ସମିତି ଦ୍ୱାରା ରାଜ୍ୟ ସ୍ତରୀୟ ଶିଶୁ ମୋହତ୍ସବ ମହକ ଓ ଉତ୍ସାହ କାର୍ଯ୍ୟକ୍ରମରେ ଉଲେଖନିୟ ସଫଳତା

ବାଲିଗୁଡା,୨୧/୧୧(ସୁକାନ୍ତ କୁମାର ତ୍ରିପାଠୀ)ବନବାସୀ ସେବା ସମିତି ବାଲିଗୁଡ଼ାର ଛାତ୍ର ଛାତ୍ରୀ ମାନେ ରାଜ୍ୟ ସ୍ତରିୟ ଶିଶୁ ମୋହତ୍ସବ ମହକ ଓ ଉତ୍ସାହ କାର୍ଯ୍ୟକ୍ରମରେ ଉଲେଖ ନିୟ ସଫଳତା ହାସଲ କରି ଜିଲ୍ହାକୁ ଚମ୍ପିୟାନ କରାଇଛନ୍ତି lଓଡିଶା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରୟାସରେ ଏହି କାର୍ଯ୍ୟକ୍ରମ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି (OSCPS) ଦ୍ୱାରା ଗତ ତା. 11/11/2025 ରିଖ ଠାରୁ ତ 15/11/2025ରିଖ ପର୍ଯ୍ୟନ୍ତ ରାଜଧାନୀସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ହୋଇଥିଲା ଯେଉଁ ଥିରେ ରାଜ୍ୟର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁ ମାନେ ଯୋଗଦେଇ ନିଜର ସୃଜନାତ୍ମକ, ସାଂସ୍କୃତିକ, ଶିକ୍ଷାମ୍ବଳକ ଓ କ୍ରୀଡ଼ା କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରିଥିଲେ lଏହି ପ୍ରତିଯୋଗିତାରେ ବନାଵସୀ ସେବା ସମିତି ଅଧୀନରେ ଥିବା ଶିଶୁ ସଦନ ବାଲିଗୁଡା, ଯକିକିଆ, ରେବିଙ୍ଗୀଆ ଏବଂ ଡ଼ଙ୍ଗରୀଗୁଡାରେ ଛାତ୍ରଛାତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l

ବନବାସୀ ସେବା ସମିତି ଦ୍ୱାରା ରାଜ୍ୟ ସ୍ତରୀୟ ଶିଶୁ ମୋହତ୍ସବ ମହକ ଓ ଉତ୍ସାହ କାର୍ଯ୍ୟକ୍ରମରେ ଉଲେଖନିୟ ସଫଳତାବନବାସୀ ସେବା ସମିତି ଦ୍ୱାରା ରାଜ୍ୟ ସ୍ତରୀୟ ଶିଶୁ ମୋହତ୍ସବ ମହକ ଓ ଉତ୍ସାହ କାର୍ଯ୍ୟକ୍ରମରେ ଉଲେଖନିୟ ସଫଳତା

ଏବଂ ସର୍ବକୃଷ୍ଟ ପ୍ରଦର୍ଶନ କରି କନ୍ଧମାଳ ଜିଲ୍ହାକୁ ଚମ୍ପିୟାନ କରି ଗର୍ବିତ କରିଛନ୍ତି lଏହି ଅବସରରେ ବନବାସୀ ସେବା ସମିତିରେ ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଏବଂ ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଶିଶୁ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ l ଦଳଗତ କନିଷ୍ଠ ବର୍ଗନୃତ୍ୟରେ ଦ୍ୱିତୀୟ ସ୍ଥାନ, ରେଖା ପ୍ରଦାନ ସଂଗୀତରେ ପ୍ରଥମ ସ୍ଥାନ, ସୁମିତ୍ରା ଶବର 100 ମି, 200ମି. ରେ ପ୍ରଥମ ଏବଂ ଲମ୍ବଡିଆରେ ତୃତୀୟ ସ୍ଥାନ, ରୋନୁ ବଳିୟାରସିଂ ଉଛଡିଆରେ ପ୍ରଥମ ସ୍ଥାନ, ସୁମିତ ବଳିୟାରସିଂ ଉଛଡିଆରେ ପ୍ରଥମ ସ୍ଥାନ, ରାଜା କହଁର ଚେସରେ ତୃତୀୟ ସ୍ଥାନ, ଏବଂ ଦଳଗତ ଭାବେ ରିଲେ ରେସରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି lଶିଶୁମନଙ୍କର କୃତିତ୍ୱ ସକାଶେ କନ୍ଧମାଳ ଜିଲ୍ହା ପ୍ରଶାସନର ସହଯୋଗ ଏବଂ ଜିଲ୍ହା ଶିଶୁ ସୁରକ୍ଷା ୟୁନିଟର ପ୍ରତ୍ସାହନ ସକାଶେ ସମିତି ର ସହ ସମ୍ପାଦକ ସେମାଙ୍କୁ କୃତଜ୍ଞତା ଜଣାଇଛନ୍ତି lଶିଶୁମନଙ୍କର କୃତିତ୍ୱ ସକାଶେ କନ୍ଧମାଳ ଜିଲ୍ହା ପ୍ରଶାସନରେ ସହଯୋଗ ଏବଂ ଜିଲ୍ହା ଶିଶୁ ସୁରକ୍ଷା ୟୁନିଟର ପ୍ରତ୍ସାହନ ସକାଶେ ସମିତି ର ସହ ସମ୍ପାଦକ ସେମାଙ୍କୁ କୃତଜ୍ଞତା ଜଣାଇଛନ୍ତି l

You might also like
error: Content is protected !!