ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ପ୍ରିତମ ପ୍ରିୟାଂଶୁଙ୍କ ଲିଖିତ ପୁସ୍ତକ ” ହାଇ-ଟେକ ହର୍ଟିକଲଚର” ଉନ୍ମୋଚିତ

ଖୋର୍ଦ୍ଧା(ସଞ୍ଜୀବ କୁମାର)

ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଥିବା ଏମ.ବି.ଏ ରୁରାଲ ମ୍ୟାନେଜମେଣ୍ଟ ବିଭାଗରେ ମ୍ୟାନେଜମେଣ୍ଟର ପ୍ରଥମ ବାର୍ଷିକ ଛାତ୍ର ପ୍ରିତମ ପ୍ରିୟାଂଶୁ , ଜଟଣୀଙ୍କ ଲିଖିତ “ହାଇଟେକ ହର୍ଟିକଲଚର” ପୁସ୍ତକଟିର ଉନ୍ମୋଚିତ ହୋଇଯାଇଅଛି I ବିଭାଗ ପକ୍ଷରୁ ଆୟୋଜିତ ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟର କୋର୍ଡିନେଟର ଏମ.ବି.ଏ ରୁରାଲ ମ୍ୟାନେଜମେଣ୍ଟର ପ୍ରଫେସର ହିମାଂଶୁ ଶେଖର ରାଉତ , ପ୍ରଫେସର ପ୍ରିୟ ରଞ୍ଜନ ଦାସ ଓ.ଏସ.ଡି ଉତ୍କଳ ବିଶ୍ୱବିଦ୍ୟାଳୟ ନ୍ୟୁ କ୍ୟାମ୍ପସ , ଅର୍ଥନୀତି ବିଭାଗର ମୁଖ୍ୟ ଡ଼କ୍ଟର ଶିବ ପ୍ରସାଦ ମହାନ୍ତି, ଫ୍ୟାକଲଟି ଏମ. ବି .ଏ ରୁରାଲ ମ୍ୟାନେଜମେଣ୍ଟ ଡ଼କ୍ଟର ଚିନ୍ମୟ ରଞ୍ଜନ ଦାସ ଓ ଅଧ୍ୟାପିକା ସ୍ମିତି ସୌମ୍ୟ ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉକ୍ତ ପୁସ୍ତକଟିର ଉନ୍ମୋଚନ କରିଥିଲେ I ଉକ୍ତ ବିଶ୍ୱବିଦ୍ୟାଳୟର ଛାତ୍ର ପ୍ରିତମ ପ୍ରିୟାଂଶୁଙ୍କ ଏଭଳି ପ୍ରୟାସକୁ ଧନ୍ୟଵାନ ଜଣାଇବା ସହ ଏହା ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଏକ ଗର୍ବ ଓ ଗୌରବ ବୋଲି ଭୁୟଂ ଶୀ ପ୍ରଶଂସା କରିଥିଲେ I

You might also like
error: Content is protected !!