ଆର୍ଥିକ ସମସ୍ୟା ଦୂର କରି ଧନ ବୃଦ୍ଧି କରାଏ ଏହି ୪ଟି ରତ୍ନ

ରନ୍ ଶାସ୍ତ୍ରରେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ଲାଗି କିଛି ବିଶେଷ ରନ୍ ଧାରଣ ପାଇଁ ପରାମର୍ଶ ଦିଆଯାଇଛି। ଏହିସବୁ ରନ୍ ଧାରଣ କରିବା ଦ୍ଵାରା ଧନ ସହ ଜଡ଼ିତ ସମସ୍ୟା ଦୂର ହୁଏ ଏବଂ ଆୟର ନୂତନ ପଥ ଉନ୍ମୁକ୍ତ ହୋଇଥାଏ।ସିଟ୍ରିନ : ଧନଲାଭ ପାଇଁ ସିଟ୍ରିନ ରନ୍‌କୁ ପିନ୍ଧିବା ଲାଭକାରୀ ବୋଲି କୁହାଯାଏ। ଏହି ରନ୍ ସୁନେଲି ରଙ୍ଗର। ଏହାକୁ ପିନ୍ଧିବା ଦ୍ଵାରା ସୁଖ ସମୃଦ୍ଧି ଏବଂ ସଫଳତା ପ୍ରାପ୍ତ ହୁଏ । ଆର୍ଥିକ ଲାଭ ଲାଗି ଏହା ସୁଯୋଗ ସୃଷ୍ଟି କରେ।ଗ୍ରୀନ୍ ଜେଡ୍: ଧନ, ସୁଖ, ସୌଭାଗ୍ୟ ଲାଗି ଗ୍ରୀନ ଜେଡ୍ ରନ୍‌କୁ ଧାରଣ କରିବା ଶୁଭ। ଏହାକୁ ଧାରଣ କଲେ ଆୟର ମାର୍ଗ ବିକଶିତ ହୁଏ। ଧନ ବୃଦ୍ଧି ହୁଏ। ଏହାକୁ ଅଳଙ୍କାର ଭାବେ ପିନ୍ଧିପାରିବେ।ପାଇରାଇଟ୍ : ରନ୍ ଜ୍ୟୋତିଷରେ ଏହାକୁ ଧନ ଆକର୍ଷିତ କରୁଥିବା ରନ୍ ଭାବେ ବିବେଚନା କରାଯାଏ। ଏହା ସୌଭାଗ୍ୟ ବୃଦ୍ଧିରେ ସାହାଯ୍ୟ କରେ। ଏହି ରନ୍‌କୁ ଧାରଣ କରିବା ଦ୍ଵାରା ଧନ, ସୁଖ ପ୍ରାପ୍ତ ହୁଏ ।ଟାଇର୍ଗ ଆଇ ଷ୍ଟୋନ : ଏହା ସୁନେଲି ଧୂଷର ରଙ୍ଗ ଦେଖୁବାକୁ। ଚାକିରି ତ‌ଥାବ୍ୟବସାୟରେ ଉନ୍ନତି ଆଣିବା ଲାଗି ଏହି ରନ୍ ଲାଭକାରୀ । ଏହା ଆର୍ଥିକ ସମସ୍ୟା ଦୂର କରେ ବୋଲି ବିଶ୍ଵାସ ଅଛି। ଏହା ଆତ୍ମବିଶ୍ଵାସ ବୃଦ୍ଧି କରିବା ସହ ଧନଲାଭର ସୁଯୋଗ ସୃଷ୍ଟି କରେ ।

Smart Computer Ad
You might also like
error: Content is protected !!