ଚିପ୍ସ ପ୍ୟାକେଟରେ ଥିବା ଖେଳଣା ଗିଳି ଚାରି ବର୍ଷର ଶିଶୁ ମୃତ

ବାଲିଗୁଡା:୨୦/୧୧(ସୁକାନ୍ତ କୁମାର ତ୍ରିପାଠୀ)
ମଙ୍ଗଳବାର ଦିନ ମୁସୁମାହା ଗାଁର ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ପୁଅ ବିଗିଲ ପ୍ରଧାନ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିବା ବେଳେ ଖାଦ୍ୟ ଖାଇ ସାରିବା ପରେ ରଂଜିତ ପିଲା କୁ ଆଣିବାକୁ ଯାଇଥିଲେ। ପିଲାକୁ ଆଣିବା ପରେ ପିଲାକୁ ଧରି ସ୍ତ୍ରୀ ସହ ମିଶି ମକା କ୍ଷେତ କୁ ଯାଇଥିଲେ l ତେବେ ସ୍ୱାମୀ ସ୍ତ୍ରୀ କାମ କରୁଥିବା ବେଳେ ଶିଶୁ ପୁତ୍ର ଙ୍କୁ ରଞ୍ଜିତ ନେଇଥିବା ଏକ ଚିପ୍ସ ପ୍ୟାକେଟ ଖାଇବାକୁ ଦେଇଥିଲେ l ଶିଶୁ ଟି ଚିପ୍ସ ଖାଇବା ସହ ଚିପ୍ସ ପକେଟ ମଧ୍ୟରେ ଥିବା ପ୍ଲାଷ୍ଟିକ ଖେଳନା ଖେଳିବା ପରେ ପାଟି ମଧ୍ୟରେ ଖାଦ୍ୟ ଭାବି ଖାଇ ଦେଇଥିଲେ । ଉକ୍ତ ଖେଳନା ଟା ତଣ୍ଟି କୁ ଯାଇ ଶ୍ୱାସ ନଳୀକୁ ଚାଲି ଯାଇଥିଲା। ଫଳରେ ଶ୍ୱାସ ରୁଦ୍ଧ ହୋଇ ଛଟପଟ ହୋଇଥିଲେ ଶିଶୁ l ବାପା ରଞ୍ଜିତ ପ୍ରଧାନ ଓ ମା ବହୁ ଉଦ୍ୟମ କରିଥିଲେ ପ୍ଲାଷ୍ଟିକ ଖେଳନା କୁ ପୁଅ ର ତଣ୍ଟି ଭିତରୁ ବାହାର କରିବାକୁ l କିନ୍ତୁ ବିଫଳ ହୋଇଥିଲେ ଉଭୟ ବାପା ମା। ଏହାପରେ ଶିଶୁକୁ ଦାରିଙ୍ଗିବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଉଭୟ ବାପା ମା । ହେଲେ ସେଠାରେ ଚାରି ବର୍ଷ ର ଶିଶୁ ପୁତ୍ର ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ତେବେ ଚିପ୍ସ ପକେଟ ନାଁ ରେ ପିଲାଙ୍କୁ ଆକର୍ଷିତ କରିବା ପାଇଁ ଆଜିକାଲି ଯେଉଁ ଭଳିକି ଭଳି ଖେଳଣା ପ୍ରସ୍ତୁତ କରି ରଖା ଯାଉଛି ସେହି ଖେଳନା ଛୋଟ ପିଲାଙ୍କ ପାଇଁ କାଳ ସାଜିଛି। ଛୋଟ ପିଲା ମାନେ ଖେଳନା କୁ ଖାଦ୍ୟ ଭାବି ଖାଇ ଯାଉଛନ୍ତି। ଫଳରେ ଆକାଳର ନିଷ୍ପାପ ଶିଶୁ ଙ୍କ ଜୀବନ ଚାଲି ଯାଉଛି। ଏଣୁ ଏଭଳି ଖେଳନା ଯୁକ୍ତ ଚିପ୍ସ ପ୍ୟାକେଟ ବନ୍ଦ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଏଭଳି ଖେଳନା ଯୁକ୍ତ ଚିପ୍ସ ପିଲାଙ୍କୁ ଖାଇବାକୁ ନଦେବାକୁ ରଂଜିତ ପ୍ରଧାନ ଲୋକଙ୍କୁ ଅନୁରୋଧ କରିଛନ୍ତି।

You might also like
error: Content is protected !!