ନିଆରା ଢଙ୍ଗରେ ପାଳିଲା ଜାତୀୟ ପ୍ରେସ ଦିବସ, ଅସହାୟଙ୍କୁ ନ୍ୟାୟ ଦେବା ଜଟଣୀ ପ୍ରେସକ୍ଳବ୍ ର ପ୍ରୟାସ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଜଟଣୀ,: ଜାତୀୟ ପ୍ରେସ ଦିବସ କୁ ନିଆରା ଢଙ୍ଗରେ ପାଳିଲା ଜଟଣୀ ପ୍ରେସ କ୍ଲବ। ଜଟଣୀ ନିକଟସ୍ଥ ରାଣୀପୁରଠାରେ ଥିବା ବାପା ମା ସେବାଶ୍ରମ ପରିସରରେ ଅନ୍ତେବାସୀଙ୍କ ସହିତ ଏହି ଦିବସ ପାଳନ କରିଛି। ସାମ୍ବାଦିକ ରବୀନ୍ଦ୍ର ନାଥ ମହାକୁଡଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ପ୍ରତାପ କିଶୋର ପାତ୍ର ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ସମସ୍ୟା ଉପରେ ଆଲୋକପାତ କରିବା ସହ ସମାଜରେ ଅବହେଳିତ ଅବସ୍ଥାରେ ରହିଥିବା ଲୋକମାନଙ୍କୁ ନ୍ୟାୟ ପ୍ରଦାନ ଉପରେ ମତବ୍ୟକ୍ତ କରିଥିଲେ । ଏଥି ସହିତ ବାପା ମା ସେବାଶ୍ରମ ରେ ରହୁଥିବା ଅସହାୟ ଅନ୍ତେବାସୀଙ୍କ ସମସ୍ୟାକୁ ଗୁରୁତ୍ୱାରୋପ କରାଯାଇ ଏହାର ତୁରନ୍ତ ସମାଧାନ କରିବାକୁ ଗଣମାଧ୍ୟମ କୁ ନିବେଦନ କରିଛନ୍ତି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଞ୍ଚାଧିନ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ନୀଳାମ୍ବର ମିଶ୍ର, ପ୍ରେସ କ୍ଲବର ସଭାପତି ରବୀନ୍ଦ୍ର ନାଥ ମହାକୁଡ, ସମ୍ପାଦକ ସୁରେଶ ମହାରଣା ପ୍ରମୁଖ ଜାତୀୟ ପ୍ରେସ ଦିବସ ଉପରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ସାମ୍ବାଦିକ ପ୍ରେସ କ୍ଲବର କୋଷାଧ୍ୟକ୍ଷ ଗୌତମ ମହାରଣା, ସଂଗଠନ ସଂଯୋଜକ ଶୁଭେନ୍ଦ୍ର ଶତପଥୀ, ହରିହର ସ୍ବାଇଁ, ମହମ୍ମଦ ଅତୀକ, ଅମରେଶ ରାଉତରାୟ, ମହମ୍ମଦ ଇସ୍ମାଇଲ ଅଲ୍ଲୀ, ହୃଦାନନ୍ଦ କୋଦମାସିଂହ, ବିଟୁ ମହେଶ, ସଂଜୀବ କୁମାର, ସଂଗ୍ରାମ ହୋତାଙ୍କ ସହିତ ସମସ୍ତ ସାମ୍ବାଦିକ ମାନେ ଉପସ୍ଥିତ ରହି ଜାତୀୟ ପ୍ରେସ ଦିବସ କୁ ନିଆରା ଢଙ୍ଗରେ ପାଳିଥିଲେ।

You might also like
error: Content is protected !!