ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଏହାକୁ ଜୋରଦାର୍ ରେ ପ୍ରସ୍ତୁତ କରିବା ପାଇଁ ଲାଗି ପଡିଛନ୍ତି ସମସ୍ତେ I କିଭଳି ଭାବେ ଶାନ୍ତି ଶୃଙ୍ଖଳା ସହିତ ସୁରୁଖୁରୁରେ ସମାପ୍ତ ହେବା ପଥ ଉତ୍ସବ ସେଇଥିପାଇଁ ଆଜି ଜଟଣୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ପଥ ଉତ୍ସବ ସବୁ ମାସର ତୃତୀୟ ରବିବାର ଦିନ ସକାଳ ୦୬ ଟାରୁ ଦିନ ୧୦ ଘଣ୍ଟିକା ପର୍ଯ୍ୟନ୍ତ ହରି ଭାଇନା ଛକ ରୁ ମହୁଲଗୁଡ଼ିଆ ଚ୍ଛକ ପର୍ଯ୍ୟନ୍ତ ଦୁଇଟି ରାସ୍ତା ରେ ଅନୁଷ୍ଠିତ ହେବ l ଏଥିପାଇଁ କୌଣସି ପ୍ରକାର ଶୁକ୍ଳ ନିଆଯିବ ନାହିଁ କି ପାରିଶ୍ରମିକ ଦିଆଯିବ ନାହିଁ । ସମାଜରେ ବାସ କରୁଥିବା ସମସ୍ତ ବର୍ଗର, ସମସ୍ତ ଧର୍ମର, ସମସ୍ତ ବୟସର, ସମସ୍ତ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ ଅନୁଷ୍ଠାନ ନିଜର ନାମକୁ ଆଗୁଆ ଏହାର ସଂଯୋଜକ ଡଃ ରୁଷି ପଟ୍ଟନାୟକଙ୍କୁ୯୩୩୭୦୫୨୭୦୬ ଫୋନରେ ଯୋଗାଯୋଗ କରି ଅନୁମତି ନେଇ ନିଜ ନିଜର ଦକ୍ଷତାକୁ ପ୍ରତିପାଦନ କରିପାରିବେ ବୋଲି ଅଧ୍ୟକ୍ଷ ବିଶ୍ଵରଞ୍ଜନ ବଡଜେନା ଏହି ପ୍ରେସ୍ ମିଟ୍ରେ କହିଛନ୍ତି।ଶେଷରେ ଏହି କମିଟିର ସମସ୍ତ ସଦସ୍ୟ ଜଟଣୀବାସୀଙ୍କୁ ଅନୁରୋଧ କରିଛନ୍ତି କିଜଟଣୀରେ ହେବାକୁ ଯାଉଥିବା ଏହି ପଥ ଉତ୍ସବ କୁ ସଫଳ କରିବା ପାଇଁ ଅନୁରୋଧ କରିଛନ୍ତି ।ଏହି ସମ୍ମିଳନୀରେ ଅନ୍ୟମାନଙ୍କ ସହିତ, ଜଟଣୀ ମ୍ୟୁନିସିପାଲଟିର କାର୍ଯ୍ୟର୍ନିବାହୀଅଧିକାରିଣୀ, ତହସିଲଦାର, ବିଡିଓ, ଥାନା ଆଇ.ଆଇ.ସି., ଅଗ୍ନିନିର୍ବାହକ ଅଫିସର, ଦୁଇ ମେଡିକାଲ୍ ଅଫିସର, ଜଟଣୀର ମାନ୍ୟବର ସାଂସଦଙ୍କ ଦୁଇ ପ୍ରତିନିଧି ଶ୍ରୀ ମନୋଜ ନନ୍ଦ ଓଶ୍ରୀ ସତୀଶ ଶର୍ମା, ଜଟଣୀ ବିକାଶ ପରିଷଦର ସଭାପତି ସୁଦର୍ଶନ ସୁନ୍ଦରାୟ, ସମ୍ପାଦକବିଜୟ ଛୋଟରାୟ, ରାଜୁ ପଟ୍ଟନାୟକ, ମନୋଜ କୁମାର ସ୍ୱାଇଁ ଓ କୈଳାଶ ମହାପାତ୍ର, ଲିଟୁ ରାଉତରାୟ, ତିରୁପତି ଶତପଥ ଓ ପ୍ରଶାନ୍ତ ବେହେରା ଉପସ୍ଥିତ ଥିଲେ। ଶେଷରେ ସଭାପତି ଓ ସଂଯୋଜକ ସାମ୍ବାଦିକ ଭାଇ ମାନଙ୍କୁ ଧନ୍ୟବାଦ ଦେବା ସହଏହି କାର୍ଯ୍ୟକ୍ରମରେ ମିଡିଆର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ କହି ଏହାର ପ୍ରଚାର ଏବଂ ପ୍ରସାର ପାଇଁ ସହଯୋଗ କାମନା କରିଥିଲେ I